ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ପୁଣି ଏକ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ ଥିବା ଜଣାପଡିଛି । ଟପ୍ ଥ୍ରୀରେ ନାହାନ୍ତି ବିଜେପି ଶାସିତ ମୁଖ୍ୟମନ୍ତ୍ରୀ । ଏଭଳି ରିପୋର୍ଟ ପ୍ରକାଶ କରିଛି ସ୍କଚ୍-ପ୍ରାଶାସନିକ ରିପୋର୍ଟ-୨୦୨୧ । ଉକ୍ତ ରିପୋର୍ଟ ଏକ ସମ୍ବର ସ୍ଥାନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଥିବା ବେଳେ ଦି୍ୱତୀୟ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତୃତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କଚ୍-ପ୍ରାଶାସନିକ ରିପୋର୍ଟ-୨୦୨୦ କାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ମ ସ୍ଥାନରେ ଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମହିଳାସଶକ୍ତି କରଣ ଓ ପାନୀୟ ଜଳ ଯୋଜନାରେ ଓଡ଼ିଶା ଏକ ନମ୍ବର । ୨୪ବର୍ଷ ଧରି କ୍ଷମତାରେ ଥିଲେ ବି ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତା ।





