ନୟାଗଡ଼, (ବାଘୁଆବାର୍ତ୍ତା) : ୧୯୮୩ ମାଟ୍ରିକ୍ ବ୍ୟାଚର ପୂରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଉତ୍ସବ ଦଶପଲ୍ଲା ଅନନ୍ୟ ପର୍ଯ୍ୟଟନସ୍ଥଳ କୁଆଁରିଆ ଡ୍ୟାମ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ମଧ୍ୟରେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତତ୍କାଳୀନ ଛାତ୍ର ଭାବେ ଯୋଗଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ । ସେହିଭଳି ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଗଙ୍ଗାଧର ନାୟକ, ସରକାରୀ ଓକିଲ ଦିଲ୍ଲିପ କୁମାର ପଣ୍ଡା, ବିରଞ୍ଚି ପ୍ରସାଦ ସାହୁ, ରେଳ ଡ୍ରାଇଭର ଅମିତାଭ ରଥ, ସୁରେନ୍ଦ୍ର ମିଶ୍ର, ଜ୍ଞାନରଞ୍ଜନ ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରଭୃତି ୭୫ ଜଣ ଅଂଶଗ୍ରହଣ କରିଥିଲେ । ଆୟୋଜିତ ସଭାରେ ଅତୀତର ରୋମନ୍ଥନ କରାଯିବା ସହ ଦଶପଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ସହମତି ପ୍ରକାଶ କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ।






