ନୟାଗଡ଼, (ବାଘୁଆବାର୍ତ୍ଥା) : ନାଗରିକ ସଂଶୋଧନ ବିଲ୍ ଓ ଜାତୀୟ ନାଗରିକ ନଥି ସମର୍ଥନରେ ଏକ ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରିଥିଲା । ଏହି ଅବସରରେ ମୁଖ୍ୟ ଛକ ଉପରେ ଅନୁଷ୍ଠିତ ହୋଇଥିବା ପଥପ୍ରାନ୍ତ ସଭାକୁ ଯୁବନେତା ସନ୍ତୋଷ ପ୍ରଧାନ ନେତୃତ୍ୱ ନେଇ ନାଗରିକ ସଂଶୋଧନ ବିଲରେ କେବଳ ତିନୋଟି ଦେଶ,ପାକିସ୍ତାନ, ଅଫଗାନିସ୍ତାନ ଓ ବାଙ୍ଗାଲାଦେଶରେ ରହି ଯାଉଥିବା ହିନ୍ଦୁ ଫାର୍ସୀ, ଖ୍ରୀଷ୍ଟିୟାନ ଓ ପଂଜାବୀ ଲୋକମାନେ ଯେଉଁମାନେ ବର୍ତ୍ତମାନ ନିର୍ଯ୍ୟାତିତ ହେଉଛନ୍ତି ସେମାନେ ଭାରତରେ ପାଂଚ ବର୍ଷ ରହିଲେ ଦେଶର ନାଗରିକ ହୋଇ ପାରିବେ ବୋଲି କହିଥିଲେ । କୈାଣସି ସ୍ଥାନରେ କିଏ ଚାଲିଯିବା ବା ବାହାର କରିଦେବା ଭଳି କଥା ଉଲ୍ଲେଖ ହୋଇନଥିଲେ ମଧ୍ୟ ମିଛ ପ୍ରଚାର କରି ଓ ଭୁଲ ପ୍ରଚାର ଓ ପ୍ରସାର କରି ଗୋଟିଏ ସଂପ୍ରଦାୟର ଲୋକଙ୍କୁ ଭୁତାଇ ଦେଶରେ ଯେଉଁ ଜଳାପୋଡ଼ା ହେଉଛି । ଏହାକୁ ଉକ୍ତ ସଭାରେ ନିନ୍ଦା କରାଯାଇଥିଲା । ଅମାନୁଷିକ ଭାବରେ ପୁଲିସ ଉପରେ ପଥର ମାଡ଼ ଏବଂ ଜାତୀୟ ସଂମ୍ପତ୍ତିକୁ ନଷ୍ଟ କରୁଥିବା ଲୋକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଉକ୍ତ ଶୋଭାଯାତ୍ରାରେ ଚନ୍ଦ୍ର ବିଜୟୀ ମିଶ୍ର, ଚିତ୍ତ ରଂଜନ ମିଶ୍ର ବିଲର ସମସ୍ତ ଦିଗ ପ୍ରତି ଦୃଷ୍ଟିପାତ କରିଥିଲେ । କାର୍ଯ୍ୟକ୍ରମରେ ଶିବରାମ ମହାପାତ୍ର, ଦେବାଶିଷ ପାତ୍ର, ପ୍ରଫୁଲ ଖୁଣ୍ଟି ସୁକାନ୍ତ ମହାପାତ୍ର, ରାମଚନ୍ଦ୍ର ଭଟ୍ଟ, ଜୟକୃର୍ଷ୍ଣ ପ୍ରଧାନ ଅଚ୍ୟୁତ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।





