Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଦୁଷ୍କର୍ମ ଘଟଣା

by ସଞ୍ଜୟ ସ୍ୱାଇଁ
December 21, 2019
in Crime
ମହିଳାଙ୍କୁ ଦୁଷ୍କର୍ମ ଘଟଣା
39
VIEWS
Share on FacebookShare on Twitter

ଆସାମୀକୁ ସାତବର୍ଷ ଜେଲ ଦଣ୍ଡ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମହିଳା କୋର୍ଟ ବିଚାରପତି ଏକ ଦୁଷ୍କର୍ମ ମାମଲାର ବିଚାର କରି ଆସାମୀ କେଦାର ପ୍ରଧାନଙ୍କୁ ସାତବର୍ଷ ଜେଲ୍ଦଣ୍ଡା ଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୨୦୧୮ ମସିହା ସେପ୍ଟମ୍ବର ୩୦ ତାରିଖରେ ରଣପୁର ଅଂଚଳର ଜଣେ ମହିଳାଙ୍କ ଦେହ ଅସୁସ୍ଥ ଥିବାରୁ ଗାଁରୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକାକୀ ଯାଉଥିଲେ । ଏହାର ସୁଯୋଗ ନେଇ ନିଛାଟିଆ ଦେଖି, ପୁରୁଣା ବସନ୍ତ ଗ୍ରାମର କେଦାର ପ୍ରଧାନ ବିଭିନ୍ନ ବାହାନା କରି ତାଙ୍କୁ ଏମଆଇ ଅଫିସ ନିକଟରେ ଅଟକାଇଥିଲେ ଏବଂ ନିକଟରେ ଥିବା ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ରଣପୁର ଥାନାରେ ଅଭିଯୋଗ ହୋଇଥିଲା । ଘଟଣା ଘଟିବା ପରେ ମହିଳା ଜଣଙ୍କ ସେଠାରେ ଅଚେତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ରଣପୁର ପୁଲିସ ଘଟଣାର ତଦନ୍ତ କରି ଆସାମୀ କେଦାର ପ୍ରଧାନଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା । କୋଡ଼ିଏ ଜଣ ସାକ୍ଷୀଙ୍କ ଜମାନବନ୍ଦୀ, ଡାକ୍ତରୀ ରିପୋର୍ଟ, ତଦନ୍ତକାରୀ ଅଫିସରଙ୍କ ବୟାନ ଏବଂ ଉଭୟପକ୍ଷ ଓକିଲଙ୍କ ଯୁକ୍ତିକୁ ବୟାନ କରି ନୟାଗଡ଼ ମହିଳା କୋର୍ଟର ବିଚାରପତି ଶ୍ରୀମତି ପ୍ରଜ୍ୟୋତି ରାଉତ ଆସମୀ ୩୭୬ ଦଫାରେ ସାତବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ଉକ୍ତ ରାୟରେ ନିର୍ଦ୍ଦେଶ ରହିଛି । ସରକାରୀ ଓକିଲ ଦାଶରଥି ସାହୁ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!