ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ପକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲୁ ରହିଛି । ଭୋଟ ଗଣତିର ଅନ୍ତିମ ଦିନରେ ୧୪ନଂ ଜୋନର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ କୁମାର ଅଗ୍ରୱାଲ, ବିଜେପି ପ୍ରାର୍ଥୀ ବିରେନ୍ଦ୍ର କୁମାର ନାୟକଙ୍କୁ କଡ଼ା ଟକ୍କର ଦେଇ ଚାଲିଥିବା ଜଣାପଡିଛି । ବିଜେପି ପ୍ରାର୍ଥୀ ଶ୍ରୀ ନାୟକ ୩୬୬୭ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କୁ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଅଗ୍ରୱାଲ ୪୨୧୩ଖଣ୍ଡ ଭୋଟ୍ ପାଇ ୫ଶହରୁ ଉର୍ଦ୍ଧ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସନ୍ତ ମାତ୍ର ୧୫୬ଖଣ୍ଡ ଭୋଟ୍ ପାଇଥିବା ଜଣାପଡିଛି ।





