ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ପକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲୁ ରହିଛି । ଗଣତି ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ସରୋଜ କୁମାର ରଣସିଂହ ଆଗୁଆ ଥିବା ଜଣାପଡିଛି । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୌମ୍ୟ ରଂଜନ ପ୍ରଧାନ ୨୫୬୮ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ରଣସିଂହ ୪୫୫୪ଖଣ୍ଡ ଭୋଟ ପାଇ ୧୯୮୬ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାପଡିଛି । କଂଗ୍ରେସ ପ୍ରାର୍ଥୀ ମାତ୍ର ୧୭୭ଖଣ୍ଡ ଭୋଟ୍ ପାଇଥିବା ସୂଚନା ମିଳିଛି ।





