ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଚଣ୍ଡିବସ୍ତ ପଞ୍ଚାୟତରେ ହାଇଭୋଲଟେଜ୍ ଲଢେଇ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡଙ୍କ ସହ ଭାଟସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ସାହୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି । ଏଠାରେ ପ୍ରହଲ୍ଲାଦ ବରାଡଙ୍କୁ ୨୦୨୫ ଖଣ୍ଡ ଭୋଟରେ ହରାଇ ବାଜିମାତ କରିଛନ୍ତି ଚଣ୍ଡିବସ୍ତ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ସାହୁ । ୧୧ଟି ୱାର୍ଡକୁ ନେଇ ଚଣ୍ଡିବସ୍ତ ପଞ୍ଚାୟତ ଗଢା ହୋଇଛି । ଉଭୟଙ୍କ ମଧ୍ୟ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଥିଲା । ତେବେ ସମସ୍ତଙ୍କ କଥାକୁ ପଛରେ ପକାଇ କିଶୋର ୨୦୨୫ ଭୋଟରେ ବିଜୟୀ ହୋଇଛନ୍ତି । ନିଜ ମାଟିରେ ମାଟି କାମୁଡି ପଡିଛନ୍ତି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ(ନାଦ) । ଚଣ୍ଡିବସ୍ତର ପଞ୍ଚାୟତର ୧୧ଟି ୱାର୍ଡରେ ନିଜ ମାଟିରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମାତ୍ର ୩୧୫ଟି ଭୋଟ୍ ପାଇଥିବା ବେଳେ ତାଙ୍କୁ କଡ଼ା ଜବାବ୍ ଦେଇଛନ୍ତି ଭାଟସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ସାହୁ ।





