ନୟାଗଡ଼/ଓଡ଼ଗାଁ, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗଣତି ପକ୍ରିୟା ଓଡ଼ଗାଁ ବ୍ଲକରେ ଚାଲୁ ରହିଛି । ଭୋଟ ଗଣତିର ୪ର୍ଥ ରାଉଣ୍ଡରେ ଜିଲ୍ଲା ପରିଷଦ ଜୋନ୍ ବିଜେଡ଼ି ପ୍ରାର୍ଥିନୀ ବିରଜାଲକ୍ଷ୍ମୀ ସାହୁ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଆରତି କୁମାରୀ ଗୌଡଙ୍କ ଠାରୁ ୨୨୭୬ ଭୋଟରେ ଆଗୁଆ ରହିଛନ୍ତି । ଓଡ଼ଗାଁରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ଜଣାପଡିଛି । ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ ସାହୁ ବର୍ତ୍ତମାନ ସୁଦ୍ଧା ଆଗୁଆ ରହିଛନ୍ତି । ଜୋନର ସମସ୍ତ ପଞ୍ଚାୟତରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥିନୀ ବିରଜାଲକ୍ଷ୍ମୀ ସାହୁ ୩୪୪୬ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ଆରତି କୁମାରୀ ଗୌଡ ୧୧୭୦ ଭୋଟ ପାଇଥିବା ସୂଚନା ମିଳିଛି ।





