ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାର ଭୋଟ ଗଣତି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ଦ୍ୱିତୀୟ ଦିନର ଭୋଟ ଗଣତି ପକ୍ରିୟା । ଦ୍ୱିତୀୟ ଦିନରେ ନୟାଗଡ଼ ବ୍ଲକର ୧୩ ନଂ ଜୋନର ଭୋଟ ଗଣତି ଚାଲିଛି । ଉକ୍ତ ଜୋନରେ ମୁଥାଗାଡ଼ିଆ ପଞ୍ଚାୟତ, ଚଣ୍ଡିବସ୍ତ, ଭାଟସାହି, ନବଘନପୁର, ମାଛିପଡ଼ା, ଲେଙ୍କୁଡିପଡା, ନଡିଆଳି, ଖୁଣ୍ଟୁବନ୍ଧ, ସିନ୍ଦୂରିଆ ଓ ଘଡୁଆଳ ପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି । ଯଦି ଦଳିୟ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କୁ ଦେଖିବା ତେବେ ବିଜେଡ଼ି ପକ୍ଷରୁ କ୍ଷୀରୋଦ କୁମାର ମହାପାତ୍ର ଲଢୁଥିବା ବେଳେ ବିଜେପିରୁ ନସିର ଅହମ୍ମଦ ଓ କଂଗ୍ରେସ ପ୍ରାର୍ଥୀ ଲଢୁଥିବା ଦେଖିବାକୁ ମିଳିଛି ।





