ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପକ୍ରିୟାରେ ବିଜେଡ଼ି ବିଭିନ୍ନ ସ୍ଥାନରେ ଦବଦବା ରଖିଥିବା ଜଣାପଡିଛି । ନୟାଗଡ଼ ଜିଲ୍ଲାର ନୂଆଗାଁ ୧୬ନଂ ଜୋନରେ ବିଜେଡ଼ି ନକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥିନୀଙ୍କ ଠାରୁ ୫ଶହ ଭୋଟରେ ଆଗୁଆ ରହିଥିବା ବେଳେ ଖଣ୍ଡପଡ଼ା ବ୍ଲକର ୫ନଂ ଜୋନର ବିଜେଡ଼ି ପ୍ରାର୍ଥୀ ୧୨୦ ଭୋଟରେ ଆଗୁଆ ରହିଛନ୍ତି । ଭାପୁର ବ୍ଲକ ୧୯ ନଂ ଜୋନରେ ବିଜେଡ଼ି ଆଗୁଆ, ରଣପୁର ବ୍ଲକର ୨୧ନଂ ଜୋନରେ ବିଜେଡ଼ି ୩ଶହ ଭୋଟରେ ଆଗୁଆ, ଦଶପଲ୍ଲା ବ୍ଲକର ୯ନଂ ଜୋନର ବିଜେଡ଼ି ଆଗୁଆ ରହିଥିବା ବେଳେ ଗଣିଆ ବ୍ଲକର ୮ନଂ ଜୋନରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି ।





