ନୟାଗଡ଼, (ବାଘୁଆବାର୍ତ୍ତା) : ଦେଶରେ ଆର୍ଥିକ ମାନ୍ଦାବସ୍ଥା ଓ ନାଗରିକତ୍ୱ ସଂଶୋଧନ ଆଇନ୍ ବିରୁଦ୍ଧରେ ଆସନ୍ତା ୨୮ ତାରିଖ କଂଗ୍ରେସ ପ୍ରତିଷ୍ଠା ଦିବସ ପରେ ତଥା ନୂଆବର୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି । ସାରା ଦେଶରେ ଏବେ ଅର୍ଥନୈତିକ ମାନ୍ଦାବସ୍ଥା, ନାଗରିକତ୍ୱ ସଂଶୋଧନ ଆଇନ ସମସ୍ତଙ୍କୁ ଅସୁବିଧାରେ ପକାଇବ ଏହି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ରାଜ୍ୟ କଂଗ୍ରେସ ଆନ୍ଦୋଳନ ତୀବ୍ରତର କରିବ ବୋଲି କଂଗ୍ରେସ ପକ୍ଷରୁ ଜଣାପଡ଼ିଛି । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଓଡ଼ିଶା ଆସିବେ । ତାଙ୍କ ଉପସ୍ଥିତିରେ ଆନ୍ଦୋଳନର ଋପରେଖ ଚୁଡ଼ାନ୍ତ ହେବା ସହ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ମିଳିଛି । ଏଥି ସହିତ ନୂଆବର୍ଷରେ ପିସିସିର ନୂଆ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ।





