ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡଙ୍ଗୀଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଓ ସହରାଚଂଳରୁ ବହୁ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ । ଖଣ୍ଡପଡା ସହରବାସୀଙ୍କୁ ମୈାଳିକ ସୁବିଧା ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଆଜିଠାରୁ କାର୍ଯ୍ୟାଳୟ ପରିସରରେ ମୋ ସରକାର ଅଭିଯୋଗ ସଂପର୍କୀତ ଏକ ପ୍ରକୋଷ୍ଠ ଖୋଲାଗଲା ବୋଲି ଶ୍ରୀମତି ଷଡଙ୍ଗୀ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ହୋଲଡିଙ୍ଗ ଟ୍ୟାକ୍ସ, ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଟ୍ରେଡ ଲାଇସେନ୍ସ ଆଦି କାର୍ଯ୍ୟଗୁଡିକ ମୋ ସରକାର ପ୍ରକୋଷ୍ଠ ଜରିଆରେ କରାଯିବା ସହ ସହରବାସୀଙ୍କୁ ତ୍ୱରିତ ସେବାଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟରେ ଏନଏସି କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ ସହ ଯୁଦ୍ଧକାଳୀମ ଭିତିରେ ଆବଶ୍ୟକୀୟ ସେବା ଯୋଗାଇ ଦେବା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ହୋଇଥିବାରୁଏଥିପ୍ରତି ଏନଏସିର ସମସ୍ତ କର୍ମଚାରୀ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା ।






