ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ରାଜ୍ୟ ସରାକରଙ୍କ କ୍ୟାବିନେଟ ବୈଠକ ଆଜି ଲୋକସେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସଚିବ ଅସିତ କୁମାର ତ୍ରୀପାଠୀଙ୍କ ସୂଚନାନୁଯାୟୀ, କ୍ୟାବିନେଟ ବୈଠକରେ ଓଡ଼ିଶା କୃଷି ନୀତିକୁ ଅନୁମୋଦନ ମିଳିଛି । ଚାଷୀଙ୍କ ଆୟ ବଢ଼ାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହିତ ତିନୋଟି ସୋପାନାରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଚାଷୀଙ୍କ ବଜାର ଓ ବୈଷୟିକ ଜ୍ଞାନ କୈଶଳ ଉପଯୋଗ କରାଯିବ । ସେହିଭଳି ଢେଙ୍କାନାଳ ପଲିଫାଇବର କମ୍ପାନୀ ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ଅନୁମୋଦନ ମିଳିବା ସହିତ ଉକ୍ତ କ୍ୟାବିନେଟରେ ମୋଟ ୨ କୋଟି ୧୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଂଜୁର ମିଳିଛି । ସେହିପରି ଭାବେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନକୁ ଅନୁମୋଦନ ମିିଳିବା ସହିତ ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ହେବ ବୋଲି ନିଷ୍ପତ୍ତି ହୋଇଛି । ଆଜିର କ୍ୟାବିନେଟ ବେଠକରେ ମୁଖ୍ୟତଃ କୃଷି ଓ ଉଚ୍ଚଶିକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।





