Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଢ଼ନ୍ତୁ ପତିବ୍ରତାର କାହାଣୀ!

by ସଞ୍ଜୟ ସ୍ୱାଇଁ
December 17, 2019
in State
ପଢ଼ନ୍ତୁ ପତିବ୍ରତାର କାହାଣୀ!
31
VIEWS
Share on FacebookShare on Twitter

କିଭଳି ଅନ୍ଧାର କୋଠରୀରେ କଟିଛି ୪ବର୍ଷ

ନୟାଗଡ଼, (ବାଘୁଆବାର୍ତ୍ତା) : ଜଣେ ପତିବ୍ରତା ନାରୀ ନିଜ ସ୍ୱାମୀପାଇଁ ବଳିଦାନ ଦେଇ ଅନ୍ଧାରୀ କୋଠରୀରେ ୪ବର୍ଷ କାଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ । ସ୍ୱାମୀଙ୍କୁ କାଳେ ପୁଲିସ ବାନ୍ଧି ନେବା ଭୟରେ ନାବାଳିକା ପତ୍ନୀ ନିଜକୁ ସାବାଳିକା କହି ୪ ବର୍ଷ ହେବ ନୟାଗଡ଼ ଉପକାରାଗାରରେ ସଜ୍ଜା କାଟୁଥିବା ବେଳେ ଆଜି ଜେଲରୁ ବାହାରିଛନ୍ତି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଂଚଳ ବନିତା ସେଠୀ ବାପା ମାଆଙ୍କ ସହ ଗୁଜୁରାଟର ସୁରଟ ସହର ସ୍ଥିତ ଆମ୍ବାନଗରରେ ରହୁଥିଲେ । ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଉଦୟପୁର ପଞ୍ଚାୟତ ଶିଖରଗୋଛା ହରିପୁର ଗ୍ରାମର ଦୁଃଶାସନ ସେଠୀ ସୁରଟକୁ କାମ କରିବାକୁ ଯାଇଥିବା ସମୟରେ ତାଙ୍କ ସହିତ ଦେଖା ଓ ପ୍ରେମ ହୋଇଥିଲା । ୨୦୧୩ ମସିହାରେ ଉଭୟ ବିବାହ କରିଥିଲେ । ବିବାହ ପରେ ବନିତାଙ୍କ ଘର ଲୋକ ତାଙ୍କ ସହିତ ସମ୍ପର୍କ କାଟି ଦେବାରୁ ଶିଖରଗୋଛା ଶାଶୁ ଘରେ ବନିତା ରହିଲେ । ବିବାହର ଦୁଇ ବର୍ଷ ପରେ ଯୌତୁକ ନିର୍ଯ୍ୟାତନା ବାବଦରେ ବନିତାଙ୍କ ବଡ଼ ଯାଆଙ୍କୁ ମାରି ଦିଆଗଲା । ନୂଆଗାଁ ପୋଲିସ ଏହି ଘଟଣାରେ ଶାଶୁ ଓ ବନିତାଙ୍କୁ ୧୩ ନଭେମ୍ବର ୨୦୧୫ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୯ ମାର୍ଚ୍ଚ ୨୦୧୭ରେ ବନିତାଙ୍କୁ ନୟାଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍ ବଡ଼ ଯାଆଙ୍କୁ ମାରିଦେବା ଘଟଣାରେ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିବା ଜଣାପଡ଼ିଛି । ଜୁଭେନାଇଲ ଜଷ୍ଟିସ କେୟାର ଆଣ୍ଡ ପୋଟେକ୍ସନ ଅଫ ଚିଲ୍ଡେନ (ଜେଜେସିପିସି) ୨୦୧୫ ଆକ୍ଟର ଧାରା ୮ରେ ଥିବା ନିୟମ ଅନୁସାରେ ଜଷ୍ଟିସ୍ ବୋର୍ଡ଼ ପରିଭ୍ରମଣ ସମୟରେ ନୟାଗଡ଼ ଜେଲରେ ବନୀତା ଆଜୀବନ କାରଦଣ୍ଡ ଭୋଗୁଥିବା ବୋର୍ଡ଼ର ସଦସ୍ୟମାନେ ଜାଣିବାକୁ ପାଇଲେ । ଏହା ପରେ ବନିତାଙ୍କୁ କାଉନସେଲିଂ କରିବା ପରେ ଜଣାପଡ଼ିଲା କି, ଯେତେବେଳେ ତାଙ୍କୁ ଜେଲ୍କୁ ପଠାଗଲା ସେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା । ଯାହାକି ନଗର ପ୍ରାଥମିକ ଶିକ୍ଷାସନ ସମିତି, ସୁରଟ ଅଧିନରେ ଥିବା ଅମ୍ବାନଗର ପ୍ରାଥମିକ ବିଦ୍ୟାଳୟରୁ ବନିତାର ସାର୍ଟିଫିକେଟ ମିଳିଲା ପରେ ଜଣାପଡ଼ିଲା । ସାର୍ଟିଫିକେଟର ତାର ଜନ୍ମ ତାରିଖ ୬ ଅଗଷ୍ଟ ୧୯୯୮ । ତେଣୁ ବୋର୍ଡ ଏହାର ପୁର୍ନବିଚାର ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟରୁ ବନିତାଙ୍କ ଜାମିନ ମଂଞ୍ଜୁର ହେବା ପରେ ଆଜି ସେ ଜେଲରୁ ମୁକୁଳିଥିବା ଜଣାପଡ଼ିଛି । ଏନେଇ ସେ ତାଙ୍କ ସ୍ୱାମୀଙ୍କ ସମେତ ଜଷ୍ଟିସ ବୋର୍ଡ଼ ସଦସ୍ୟ, ଜେଲତ୍ତକର୍ତ୍ତୁପକ୍ଷ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବନିତାଙ୍କ ସହ ତାଙ୍କ ପୁଅ ୪ ବର୍ଷ ହେବ ଜେଲରେ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!