Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅସହାୟକୁ ସହାୟ ହେଲେ ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 16, 2019
in Health
ଅସହାୟକୁ ସହାୟ ହେଲେ ମୁଖ୍ୟମନ୍ତ୍ରୀ
18
VIEWS
Share on FacebookShare on Twitter

ବିଷ୍ଣୁ ପେଣ୍ଠିଆଙ୍କୁ ଯୋଗାଇ ଦିଆଗଲା ଚିକିତ୍ସା

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ଅସହାୟଙ୍କ ପାଇଁ ସହାୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମରେ ଅସହାୟ ବିଷ୍ଣୁ ପେଣ୍ଠିଆଙ୍କୁ ଆଜି ଚିକିତ୍ସା ଯୋଗାଇ ଦିଆଯାଇଛି । ସୂଚନାନୁସାରେ, କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ ପାଂଚ ପ୍ରାଣୀ କୁଟୁମ୍ବ । ଆର୍ôଥକ ଦୂରାବସ୍ଥାରେ ରହୁଥିବା ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏହିପରିସ୍ଥଳେ ବୋଝ ଉପରେ ଲଳିତା ବିଡା ପରି ତାଙ୍କର ବଡ ପୁଅ(୫) ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଛି । ଗୋଟିଏ ପକ୍ଷରେ ଆର୍ôଥକ ସ୍ଥିତି ଭଲ ନଥିଲା ବେଳେ ଅନ୍ୟପଟେ ପୁଅର ଏହି ଦୁର୍ଦ୍ଦଶା ନକୁଳ ପେଣ୍ଠିଆଙ୍କର ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା । ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ । ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ କାହାଣୀ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିଲା । ସୌଭାଗ୍ୟକ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖବର ପଢିଥିଲେ । ବିଷ୍ଣୁଙ୍କର ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ତାଙ୍କର ତୁରନ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗ୍ରାମକୁ ଯାଇଥିଲେ । ସେହି ସମୟରେ ବିଷ୍ଣୁଙ୍କ ବାପା, ମା’ ମୁଲ ଲାଗିବାକୁ ବାହାରକୁ ଯାଇଥିଲେ । ସେମାନେ ଆସିବା ପର୍ଯ୍ୟନ୍ତ ଅଧିକାରୀମାନେ ଅପେକ୍ଷା କରିବା ସହ ବିଷ୍ଣୁଙ୍କ ବାପା ମା’ଙ୍କ ସହ ଆଲୋଚନା କରି ତା’ର ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ । ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା । ଆଜି ବିଷ୍ଣୁ ନିଜ ବାପା, ମା’ ଏବଂ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଥିଲା । ବିଭାଗୀୟ ମୁଖ୍ୟ ଡଃ ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!