ରାଷ୍ଟ୍ରୀୟ କଳା ମଞ୍ଚ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ ପ୍ରତିଯୋଗିତା କାର୍ଯ୍ୟକ୍ରମ ତା. ୧୫.୧୨.୨୦୧୯ ଡଃ. ରାମଚନ୍ଦ୍ର ସାମନ୍ତ ରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ, ଗଣିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ମହାବିଦ୍ୟାଳୟ ରୁ ପ୍ରାୟତଃ ୫୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ । ପ୍ରତିଭା ସଙ୍ଗମ ରେ ଥିବା ୭ ଟି ବିଭାଗର ପ୍ରତିଯୋଗିତା ରେ ୧୩ ଜଣ ପ୍ରତିଯୋଗୀ କୃତିତ୍ୱ ଲାଭ କରି ରାଜ୍ୟ ସ୍ତରର ପାଇଁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ର ସଂଯୋଜକ ଥିଲେ ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ମିଶ୍ର , ବ୍ୟବସ୍ଥା ପ୍ରମୁଖ ଥିଲେ ଜିଲ୍ଲା କଳା ମଞ୍ଚ ପ୍ରମୁଖ ଶ୍ରୀମାନ ଶୁଭାଶିଷ ମିଶ୍ର , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଭଗବାନ ଦେହୁରୀ ଏବଂ ଶ୍ରୀ ଦୀନବନ୍ଧୁ ନାୟକ ମହୋଦୟ ଏବଂ ଏହି କାର୍ଯ୍ୟକ୍ରମ ର ସଭାପତି ଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ମଳୟ କୁମାର ପଣ୍ଡା ମହୋଦୟ ।






