ରଣପୁର, (ବାଘୁଆବାର୍ତ୍ତା): ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାର୍ବଜନୀନ ବାତଜ୍ୱର (ଫାଇଲେରିଆ) ଔଷଧ ସେବନ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବୌଦ୍ୟନାଥ ନନ୍ଦ କାର୍ୟ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ୟ୍ୟକ୍ରମ ଫେବୃୟାରୀ ୧୦ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ।ଫେବୃଆରୀ ୧୨ତାରିଖ ପର୍ୟ୍ୟନ୍ତ ନିର୍ଦ୍ଧିଷ୍ଟ ଘର ଘର ବୁଲି ଔଷଧ ସେବନ କାର୍ୟ୍ୟକ୍ରମ କରାଯାଇଥିଲା।ଫେବୃଆରୀ ୧୩ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ମପ-ରାଉଣ୍ଡ କାର୍ୟ୍ୟକ୍ରମ ଜାରୀ ରହିବ। ଏହି ବଟିକା କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ବୟସର ଶିଶୁ ଓ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଖାଇପାରିବେ। ସମସ୍ତେ ଔଷଧ ସେବନ କଲେ ବାତଜ୍ୱର ନିରାକରଣ ଶତ ପ୍ରତିଶତ ସଫଳ ହୋଇପାରିବ ବୋଲି କାର୍ୟ୍ୟରେ ନିୟୋଜିତ ଅଙ୍ଗନବାଡ଼ି କର୍ମୀ କନକଲତା ସ୍ୱାଇଁ ମତ ଦେଇଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ଏହି ବଟିକା ବାଣ୍ଟୁ ଥିବାର ଦେଖିବାକୁ ମିଳିଛି। ଏହି କାର୍ୟ୍ୟକ୍ରମରେ କିଛି ସ୍ବେଛାସେବୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଆୟୋଜିତ ଏହି କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ପୁଷ୍ପଲତା ସାମନ୍ତରାୟ, ଅଙ୍ଗନବାଡ଼ି କର୍ମୀ କନକଲତା ସ୍ୱାଇଁ, ପୁଷ୍ପମଞ୍ଜରୀ ଦେଇ, ଆଶାକର୍ମୀ କୁନ୍ତି ବେହେରା, ଚନ୍ଦ୍ରକାନ୍ତି ସ୍ୱାଇଁ, ସ୍ୱଛାସେବୀ ଗଙ୍ଗାଧର ମହାରଣା ପ୍ରମୁଖଙ୍କ ସହ ବ୍ଲକର ବିଭିନ୍ନ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ବେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି । ରଣପୁର ସୁଆଁସିଆ ସାହି, କଦମ୍ବ ସାହିର ଲୋକମାନଙ୍କୁ ସ୍ବେଛାସେବୀ ଗଙ୍ଗାଧର ମହାରଣା ଏହି ଔଷଧର ଉପକାରିତା ସମ୍ବନ୍ଧରେ ବୁଝାଇ ଥିଲେ ।






