ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ଗ୍ରାମର ତାଳସାହି କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଥିଲା ଏକ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟ। ସ୍ୱାମୀ ବିବେକାନନ୍ଦ ୟୁଥ କ୍ଳବର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଂଟର ଥିଲା ଶେଷ ଦିନ ବା ଉଦଜାପନୀ ଦିବସ। ଏହି କ୍ଳବର ମୁଖ୍ୟ ଅମୂଲ୍ୟ ଚନ୍ଦ୍ର ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଂଟର ମୁଖ୍ୟ ଅତିଥିଭାବେ ଉକ୍ତ ଗ୍ରାମର ଦୁଇ ଦଳିତ ଆଦିବାସୀ ବୃଦ୍ଧା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ତେବେ ଫାଇନାଲ ମ୍ୟାଚରେ ବିବିସି ବନ୍ଧଗାଁ ଏବଂ ଜେବିବି କାଉପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବିବିସି ବନ୍ଧଗାଁ ଟସ ଜିଣି ପ୍ରଥମେ ବ୍ୟାଟିଂ ର ନିଷ୍ପତି ନେଇଥିଲା। ୮ ଓଭର ସୀମିତ ମ୍ୟାଚରେ ୬ ଗୋଟି ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା ଅପରପକ୍ଷରେ ବିପରୀତ ଟିମ ଜେବିବି କାଉପୁର ମାତ୍ର ୮୪ ରନ ସଂଗ୍ରହ କରି ୮ଉଇକେଟ ହରାଇ ପରାଜିତର ସ୍ୱାଦ ଚାଖିଥିଲା। ଉକ୍ତ ଟୁର୍ଣ୍ଣାମେଂଟ ର ସମ୍ମାନୀତ ଅତିଥିଭାବେ ରାମଚନ୍ଦ୍ର ନାୟକ,ମହେଶ୍ୱର ମଲ୍ଲିକ,ଚିତରଞ୍ଜନ ରାଉତ ଏବଂ ଯୁବ ସାମ୍ବାଦିକ ମହେଶ କୁମାର ମିଶ୍ର ଯୋଗ ଦେଇ ଖେଳାଳି ମାଂନକୁ ଟ୍ରଫି ପ୍ରଦାନ କରିଥିଲେ। ପରିଶେଷରେ ସ୍ୱାମୀ ବିବେକାନନ୍ଦ ୟୁଥ କ୍ଳବ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟ ର ଦୁଇ ଦଳିତ ଆଦିବାସୀ ବୃଦ୍ଧାଙ୍କୁ ଅତିଥି ରୂପେ ନିମନ୍ତ୍ରିତ କରିବା ଭଳି କାର୍ୟ୍ୟ ଯାହା ଅତି ଗର୍ବ ଏବଂ ଗୌରବର ପରିଚୟ ସୃଷ୍ଟି କରିଛି। ତେବେ ଏହି ଖେଳକୁ ସଙ୍ଘଠନର ସଦସ୍ୟ ଅମୂଲ୍ୟ ଚନ୍ଦ୍ର ରାଉତ,କିରଣ ସାମଲ,ବିନୋଦ ରାଉଅଟ,ସୁବାସିସ ରାଉତ,ବେଦ ପ୍ରକାଶ ରାଉତ,ବିଶ୍ୱ ପ୍ରକାଶ ରାଉତ,ଅଭିଷେକ ରାଉତ,ମହେଶ୍ୱର ନାୟକ,ଲକ୍ଷ୍ମୀଧର ରାଉତ,ନାରାୟଣ ରାଉତ,କରୁଣାକର ରାଉତ,ଜିତେନ୍ଦ୍ର ରାଉତ,ନରେଶ ଜେନା,ମନୋଜ ମଲୀକ,ସଂଜୁଆ ମଲୀକ,କାମେଶ ମଲୀକ,ଆନନ୍ଦ ରାଉତ,ସୂର୍ୟ୍ୟ ପ୍ରତାପ ଜେନା,ଅବନ୍ତି ଅଭିଷେକ ରାଉତ,ଶୁଭେନ୍ଦୁ ରାଉତ,ନିରଞ୍ଜନ ରାଉତ,ବିଶ୍ୱରଂଜନ ରାଉତ ଏବଂ ପ୍ରକାଶ ରାଉତ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।






