ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀବନ୍ଧଠାରେ ନିର୍ମାଣଧିନ କାର୍ଯ୍ୟକୁ ଆଜି ପ୍ରାତଃ ସମୟରେ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ପାର୍କ ନିର୍ମାଣ ସ୍ଥାନ ପରିଦର୍ଶନ କରିଛନ୍ତି । ଗତବର୍ଷା ଋତୁ ପାଇଁ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ବେଳେ କିଭଳି ଏ ଋତୁରେ କାମର ଶ୍ରୀଘ୍ର ଅଗ୍ରଗତି ଘଟିବ ସେ ନେଇ ଆଲୋଚନା କରିଛନ୍ତି । ଏହି ଗ୍ରସ୍ତ ସମୟରେ ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟ ଅଗ୍ରଗତି ସଂମ୍ପର୍କରେ ଆଲୋଚନା କରିଥିଲେ ।






