ଓଡ଼ଗାଁରେ ସିରିଜ୍ ଉଦ୍ଘାଟନ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଆଜି ମାରାଥନ୍ ସିରିଜ୍ ଉଦ୍ଘାଟିନ୍ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଡ. ସାହୁ ଓଡ଼ଗାଁରେ ଅଧିକ ଉଦ୍ୟାନ କୃଷି ଉତ୍ପାଦନ ହେଉଥିବା ନେଇ ସୂଚନା ଦେବା ସହ ଏଠାକାର କୃଷି ଓ କୃଷକର ଉନ୍ନତୀ ଲକ୍ଷ୍ୟରେ ଉଦ୍ୟାନ ଭବନ ନିର୍ମାଣ ହୋଇଥିବା କହିଥିଲେ । ଉଦ୍ୟାନ କୃଷି ଦ୍ୱାରା ଚାଷୀର ଆର୍ଥୀକ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିବା ବେଳେ ପୂର୍ଣ୍ଣାଙ୍ଗ ସମାଜ ଗଠନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି । ଏଥିସହିତ ସମାଜ ଗଠନ ଦିଗରେ ଯୁବପିଢ଼ୀ ଆଗେଇ ଆସିବା ସହିତ ଏକ ସ୍ୱଂୟ ସମ୍ପୂର୍ଣ୍ଣ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଦୀର୍ଘ ୧୬ ବର୍ଷର ରାଜନୀତି ଭିତରେ କେବେ ବି ହିଂସାକୁ ପ୍ରସୟ ଦିଏ ନାହିଁ । ଶାନ୍ତିର ସମାଜ ଗଠନ ହେଲେ, ଆପେ ଆପେ ବିକାଶ ମାଡ଼ି ଆସେ । ଏଥିନିମନ୍ତେ ବ୍ୟାପକ ପରିବର୍ତ୍ତନ ଆସିଛି । ଓଡ଼ଗାଁ ବିକାଶର ଦ୍ୱାର ଦେଶରେ ଛିଡ଼ା ହୋଇଛି ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ।






