ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ସ୍ଥାନୀୟ ଲେଙ୍କୁଡିପଡ଼ା କଲ୍ୟାଣମଣ୍ଡପ ଠାରେ +୨ ଆର୍ଟସ୍ ଭିଜନର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ମାନବାଧିକାର ଦିବସ ପାଳନ ସହିତ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସଚିବ ରଞ୍ଜୁଲତା ଲେଙ୍କା ଉଦ୍ଘାଟନ କରିବା ସହିତ ମାନବାଧିକାର ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ସବ୍ଜଜ୍ ମୁସାରତ୍ ଜାହିନ୍, ଏସଡିଜେମ ସଦ୍ୟସ୍ନାତା ପତି, ଜେଏମ୍ଏଫ୍ସି ପ୍ରତିମା ସାହୁ, ଜେଏମ୍ଏଫ୍ସି ମୋନାଲିସା ଦାସ, ଜେଏମ୍ଏଫ୍ସି ଦିପ୍ତିମୟୀ, ଡାଇରେକ୍ଟର ରମେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମୀଣ ଆଇନ୍ ସଚେତନତା କାର୍ମୀ ପ୍ରଫୁଲ୍ଲ କୁମାର ବେହେରା, ପ୍ରମୋଦ କୁମାର ମହାନ୍ତି, କାର୍ତ୍ତିକ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । +୨ ଆର୍ଟସ୍ ଭିଜନର ବିଭୁ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।






