ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଆସନ୍ତାକାଲି ଆଦର୍ଶ ବିଦ୍ୟାଳୟ, ଉଦ୍ୟାନ ଭବନ ଏବଂ ଏନଏସି ହସ କ୍ଲବର ଉଦ୍ଘାଟନ କରାଯିବ । ଏଥିରେ ଉଦ୍ଘାଟକ ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଯୋଗ ଦେବେ । ଏହି ଅବସରରେ ଦିବା ୧୦ ଘଟିକା ସମୟରେ ଓଡ଼ଗାଁ ଆଖୁପଦରଠାରେ ନିର୍ମାଣ ହୋଇଥିବା ଆଦର୍ଶ ବିଦ୍ୟାଳୟ ନୂତନ ଗୃହର ଉଦ୍ଘାଟନ ହେବାକୁ ସୂଚନା ମିଳିଥିବା ବେଳେ ଉଦ୍ୟାନ ବିଭାଗର ଉଦ୍ୟାନ ଭବନ ଏବଂ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ହସ କ୍ଲବକୁ ଅତିଥି ମାନେ ଉଦ୍ଘାଟନ କରିବେ ।






