ଜିଲ୍ଲା ପରିଷଦ୍ ଜୋନ୍ ୨
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀ ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ରୁ ଗତ ୨୦୧୭ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଭୂପ୍ରସାଦ ସାହୁ ୧୩ ହଜାର ୯୧୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ନିକଟତ୍ତମ ସ୍ୱାଧିନ ପ୍ରାର୍ଥୀ ନୃସିଂହ ଚନ୍ଦ୍ର ରାଉତ ୫୫୧୪ ଖଣ୍ଡ ଭୋଟରେ ସୀମିତ ରହିଥିଲେ । ବିଜେପି ପ୍ରାର୍ଥୀ ଭଗବାନ ପ୍ରଧାନ ୨୯୮୫ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ୨୮୬୩ ଖଣ୍ଡ ଭୋଟ ପାଇଥିଲେ । ବାଣ୍ଠପୁର, ଗୈାଡ଼ପୁଟ, କୋରପିଠା, ନନ୍ଦିଘୋର, ଶରଧାପୁର, ସାକେରୀ, ଆରଡ଼ା, ଭାଡ଼ିକିଳା, ରାବେରା ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍ ପାଇଁ ବିଜେଡିରୁ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ ନିର୍ବାଚନ ମଇଦାନରେ ରହିଛନ୍ତି । ବିଜେପି ଏହି ଜୋନ୍ରୁ ଆରତୀ କୁମାରୀ ଗୈାଡ଼ଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ସାବିତ୍ରୀ କରଙ୍କୁ ଏବଂ କଳିଙ୍ଗ ସେନା ସଂଯୁକ୍ତା ସେଠୀକୁ ପ୍ରାର୍ଥୀ କରିଛି । ବିଜେଡି ଏବଂ ବିଜେପି ମଧ୍ୟରେ ସଂଘର୍ଷ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ନାରାକୁ ମୁଖ୍ୟ ଆୟୁଧ କରି ବିରଜାଲକ୍ଷ୍ମୀ ବିଜୟୀ ହେବା ପାଇଁ ପ୍ରଚାର ଓ ପ୍ରସାର ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ବିଏସ୍କେୱାଇ ଯୋଜନାରେ ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇଥିବା କଥାକୁ ବିରଜାଲକ୍ଷ୍ମୀ ଲୋକଙ୍କ ପାଖରେ ରଖିଛନ୍ତି । ବାଣ୍ଠପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ମଧ୍ୟ ତାଙ୍କ ବିଜୟ ରାସ୍ତାର ଏକ ପ୍ରମୂଖ ଅସ୍ତ୍ର ବୋଲି ଆଲୋଚନା ହେଉଛି । ଜିଲ୍ଲାର ମହିଳା ସଂଗଠନର ନେତୃତ୍ୱ ନେଇ ଆସିଥିବା ବିରଜାଲକ୍ଷ୍ମୀ ମହିଳା ଭୋଟ ସହ ଦଳୀୟ ଭୋଟ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସାଂଗଠନିକ ଦକ୍ଷତାକୁ ଆଧାର କରି ବିପୁଳ ଭୋଟରେ ବିଜୟ ଲାଭ କରିବେ ବୋଲି ଆଶା ରହିଛି । ବିଜେପି ପ୍ରାର୍ଥୀ ପ୍ରଚାର ଓ ପ୍ରସାରରେ ମଧ୍ୟ ପଛରେ ପଡ଼ିଥିବା ଜଣାଯାଇଛି ।






