ନୟାଗଡ଼, (ବାଘୁଆବାର୍ତ୍ତା): ରାମଚନ୍ଦ୍ରପୁର ଭଲିବଲ୍ ପଡିଆରେ ମା ମହାମାୟୀ ଷଷ୍ଠ ତମ ସିନିୟର ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ୧୪ ନଂ ଜୋନର ଜିଲ୍ଲାପରିଷଦ ବିଜେଡ଼ି ପ୍ରାର୍ଥୀ ଆଶିଷ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ୍ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମା ମହାମାୟୀ ଷଷ୍ଠ ତମ ସିନିୟର ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଛନ୍ତି । ଭଲିବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଲିଗ୍ ମ୍ୟାଚରେ ଭୁବନେଶ୍ୱର ସହ ଡମସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡମସାହି ବିଜୟୀ ହୋଇଥିଲା । ପରେ ମାଣିକାଗୋଡା ସହ ନାଟୁଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଟୁଗାଁ ଦଳ ମାଣିକାଗୋଡାକୁ ହରାଇ ସେମିଫାଇନାଲକୁ ଉର୍ଣ୍ଣିତ ହୋଇଛି । ସେହିପରି ବାଉଁସିଆପଡା-କାଉତରା ମଧ୍ୟରେ ମ୍ୟାଚ୍ ହୋଇଥିଲା । ଏଥିରେ ବାଉଁସିଆପଡା ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଲାଷ୍ଟ ଲିଗ୍ ମ୍ୟାଚ୍ ରଣପୁର ସହ ନୟାଗଡ଼ ମଧ୍ୟ ଖେଳ ଘମାଘୋଟ ଲଢେଇ ଚାଲିଥିବା ଆୟୋଜକ କମଟି ପକ୍ଷରୁ ସୂଚନା ମିଳିଛି । ମୁଖ୍ୟଅତିଥି ଶ୍ରୀ ଅଗ୍ରୱାଲଙ୍କ ସହ ବଡପଣ୍ଡୁସର ପଞ୍ଚାୟତର ସୁବାଷ ଜେନା, ମାଧବ ବେହେରା, ମୁନା ବଡପଣ୍ଡା, ରମେଶ କୁମାର ମଲ୍ଲ, ଅଜିତ୍ କୁମାର ମଲ୍ଲ ଉପସ୍ଥିତ ଥିବା ବେଳେ ବିଶ୍ୱଜିତ୍ ଓ ବବୁଲ୍ ରେଫରୀ ଭାବେ ଖେଳକୁ ପରିଚାଳନା କରୁଥିବା ଜଣାପଡିଛି ।






