ନୟାଗଡ଼, (ବାଘୁଆବାର୍ତ୍ତା): ୭୩ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ନୟାଗଡ଼ ଜିଲ୍ଲା ବାର ଆସୋସିଏସନ ଏବଂ ନୟାଗଡ଼ ଜିଲ୍ଲା ଜୁଡିସିଆଲ କର୍ମଚାରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୬ ଓଭରରେ ଆଇନଜୀବି ମାନେ ୧୦୮ ରନରେ ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲେ । ପ୍ରତି ଜବାବରେ ୧୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜୁଡିସିଆଲ କର୍ମଚାରୀ ମାନେ ମାତ୍ର ୮୭ ରନ କରି ଅଲଆଉଟ ହୋଇଯାଇଥିଲେ । ଫଳରେ ୨୧ ରନରେ ଜିଲ୍ଳା ଓକିଲ ସଂଘ ବିଜୟଲାଭ କରିଥିଲା । ମ୍ୟାଚ ରେ ଜିଲ୍ଳା ଓକିଲ ସଂଘ ତରଫରୁ ଆସିକ ଅଂଶୁମାନ ପ୍ରଧାନ ସର୍ବାଧିକ ୨୯ ରନ କରିଥିଲେ । ଜିଲ୍ଲା ଓକିଲ ସଂଘର ଯୁବ ଆଇନଜୀବି ବିଶ୍ୱଜିତ ଆଚାର୍ଯ୍ୟ ମ୍ୟାଚ ପରିଚାଳନା କରିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ଓକିଲ ସଂଘ ତରଫରୁ ବିରିଷ୍ଠ ଆଇନଜୀବି କାର୍ତ୍ତିକ ନାୟକ, ସ୍ୱଦେଶ ମିଶ୍ର, ଦୀନବନ୍ଧୁ ମହାନ୍ତି ଏବଂ ଜୁଡିସିଆଲ କର୍ମଚାରୀଙ୍କ ତରଫରୁ ପ୍ରଭାତ ସେଠୀ, ବଳରାମ ରାୟଗୁରୁ, ଚୁଡାମଣି ମେହେର, ଦିଲ୍ଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।






