ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ସରକାରଙ୍କ ନିୟମନୁସାରେ ଜୋରଦାର ହେଲମେଟ, ମଦ ପିଇ ଗାଡ଼ି ଚାଲଣା ଉପରେ ଯାଂଚ ଚାଲିଥିବା ବେଳେ ଆଉ ଏକ କଡ଼ା ନିର୍ଦ୍ଦେଶ ଆସଛି । ସାବଧାନ ନରହିଲେ ବାଇକ ଆରୋହୀଙ୍କୁ ଜୋରିମାନା ଗଣିବାକୁ ପଡ଼ିବ । ସୂଚନାନୁସାରେ ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ର ସମସ୍ତ ପଂଚାୟତ ସମିତି କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପରିବହନ କାର୍ଯ୍ୟାଳୟ, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଏବଂ ଡାକ୍ତରଖାନାକୁ ବିନା ହେଲମେଟ କିମ୍ବା ଚାରି ଚକିଆରେ ସିଟବେଲ୍ଟ ବାନ୍ଧି ଆସିବା ବାଧ୍ୟତା ମୂଳକ କରାଯାଇଛି । ଚାଳକ ଏହି ନିୟମକୁ ଅବମାନନା କଲେ ଜୋରିମାନା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିନିମନ୍ତେ ସମସ୍ତ କାର୍ଯ୍ୟାଳୟରେ ସୂଚନା ଫଳକ ଲଗାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମ ଦଫାରେ ଏହି ପାଂଚ ଗୋଟି କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀ ଏବଂ ଜନସାଧାରଣ ବିନା ହେଲମେଟରେ ପଶିଲେ ଜୋରିମାନା ଦେବାକୁ ପଡ଼ିବ । ଆଗାମୀ ଦିନରେ ଅନେକ କାର୍ଯ୍ୟାଳୟ ଏହି ନିୟମ ସହ ଯୋଡ଼ି ହେବାର ଖବର ମିଳିଛି ।






