Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ ୨୦୨୨ ସଂସ୍କରଣ କେଉଁଠି ଖେଳାଯିବ!

by ସଞ୍ଜୟ ସ୍ୱାଇଁ
January 22, 2022
in Sports
ଆଇପିଏଲ ୨୦୨୨: କେଉଁ ଖେଳାଳିକୁ ନିଲାମ ପୂର୍ବରୁ କେଉଁ ଦଳ ରଖିବ!
107
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇପିଏଲର ୨୦୨୨ ସଂସ୍କରଣ କେଉଁଠି ଖେଳାଯିବ? ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଆଜି ବିସିସିଆଇର ବରିଷ୍ଠ ଅଧିକାରୀ, ଆପିଏଲର ଗଭର୍ଣ୍ଣିଂ କାଉନସିଲ ସଦସ୍ୟ ଓ ଟିମ ମାଲିମାନେ ଭିଡିଓ କନଫରେନ୍ସିଂରେ ବୈଠକ କରିଛନ୍ତି। ମହାମାରୀ କରୋନାର ତୃତୀୟ ଲହର ସତ୍ତ୍ୱେ ଭାରତରେ ଆଇପିଏଲ ଆୟୋଜନ କରିବା ଆଶାରେ ନିଶ୍ଚିତ ରହିଛି ବିସିସିଆଇ। ଆଇପିଏଲର ୨୦୨୨ ସଂସ୍କରଣ ବେଳକୁ କରୋନା ବେଶ ପ୍ରଭାବ ନଥିବ। ତେଣୁ ଭାରତରେ ହିଁ ଆଇପିଏଲ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି। ତଥାପି ବିସିସିଆଇ ବ୍ୟାକଅପ ପ୍ଲାନ ମଧ୍ୟ ରଖିଛି। ଯଦି କୌଣସି କାରଣରୁ ଭାରତରେ ଆଇପିଏଲ ଅନୁଷ୍ଠିତ ହୋଇ ପାରିବ ନାହିଁ, ତା’ହେଲେ ୟୁଏଇ ଓ ଦକ୍ଷିଣ ଆଫ୍ରିକାକୁ ବିକଳ୍ପ ଭେନ୍ୟୁ ଭାବେ ବଛାଯିବ ବୋଲି ଜଣାପଡ଼ିଛି। ଏସବୁ ଭିତରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ସମ୍ଭବତଃ ମାର୍ଚ୍ଚ ୨୭ରୁ ଆଇପିଏଲର ୨୦୨୨ ସଂସ୍କରଣ ଆରମ୍ଭ ହୋଇପାରେ। ଭାରତରେ ହିଁ ସବୁ ମ୍ୟାଚ୍ ଖେଳାଯିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି। ମୁମ୍ବାଇ ଓ ପୁଣେରେ ଆଇପିଏଲର ସବୁ ମ୍ୟାଚ୍ ଆୟୋଜନ କରିବା ଲକ୍ଷ୍ୟରେ ବିସିସିଆଇ ରଖିଛି। ଏହାଦ୍ୱାରା ଖେଳାଳିଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଏୟାର ଟ୍ରାଭେଲ କରିବାକୁ ପଡ଼ିବନି। ଫଳରେ ସଂକ୍ରମଣର ଭୟ ହ୍ରାସ ପାଇବ। ସେହିପରି ମୁମ୍ବାଇ-ପୁଣେ କରିଡର ଯୋଗୁ ବିସିସିଆଇକୁ ଲଜିଷ୍ଟିକ ସମସ୍ୟା ମଧ୍ୟ ହେବନି। ତେଣୁ ବିସିସିଆଇ ଭାରତରେ ଆଇପିଏଲର ୨୦୨୨ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ଆଶାବାଦୀ ରହିଛି। ତଥାପି ୨୦୨୧ ଭଳି ଯଦି ଅଧାରୁ ଆଇପିଏଲରେ କରୋନା ସଂକ୍ରମଣ ବାଧକ ସାଜେ, ତା’ହେଲେ ବିସିସିଆଇ ଏହାକୁ ୟୁଏଇ କିମ୍ବା ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରିବାକୁ ଯୋଜନା ରଖିଛି। ଏହାବାଦ ଶ୍ରୀଲଙ୍କାକୁ ମଧ୍ୟ ବିକଳ୍ପ ଭାବେ ବଛା ଯାଇପାରେ। କରୋନା ସ୍ଥିତିକୁ ଦେଖି ବିସିସିଆଇ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଆଜିର ବୈଠକରେ କୁହାଯାଇଛି। ସୂଚନାଯୋଗ୍ୟ, ଆପିଏଲର ୨୦୨୧ ସଂସ୍କରଣର ସମସ୍ତ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମଦାବାଦ ଓ ଦିଲ୍ଲୀରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପ୍ରଥମ ୩୦ ମ୍ୟାଚ୍ ପରେ ଏକାଧିକ ଟିମର ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ୟୁଏଇରେ ୧୪ତମ ସଂସ୍କରଣର ବଳକା ମ୍ୟାଚ୍ ଖେଳା ଯାଇଥିଲା। ସେହିପରି ୨୦୨୦ରେ ଆଇପିଏଲର ସବୁ ମ୍ୟାଚ୍ ଦୁବାଇ, ଅବୁଧାବି ଓ ଶାରଜାରେ ଖେଳା ଯାଇଥିଲା। ଏବେ ୨୦୨୨ ଆଇପିଏଲ କେଉଁଠି ଖେଳା ଯାଉଛି, ତା’ ଉପରେ ସମସ୍ତଙ୍କ ନଜର।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!