ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମାବାୟ ବ୍ୟାଙ୍କ ଲିଃ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସମବାୟ ସଭାପତି ଲୋକନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସଭାନେତ୍ରୀ ବିଷ୍ଣୁପ୍ରିୟା ସ୍ୱାଇଁଙ୍କ ସମେତ ଅନ୍ୟାନ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ସମବାୟ ବ୍ୟାଙ୍କର ଆର୍ଥିକ କାରବାରର ସମୀକ୍ଷା କରାଯିବା ସହିତ ଧାର୍ଯ୍ୟ କାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ପୁରୀ ସମବାୟ ସମିତି ସମୂହ ଉପନିବନ୍ଧକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଖୋର୍ଦ୍ଧା ଏଏଜିସିଏସ୍ ଭାସ୍କର ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।






