Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇ ହଷ୍ଟେଲ କଟକ ୨-୦ରେ ବିଜୟୀ

by ସଞ୍ଜୟ ସ୍ୱାଇଁ
December 5, 2019
in Sports
ସାଇ ହଷ୍ଟେଲ କଟକ ୨-୦ରେ ବିଜୟୀ
38
VIEWS
Share on FacebookShare on Twitter

ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁନାମେଣ୍ଟ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ୭୮୬ ୟୁଥ କ୍ଲବ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଫୁଟବଲ କପ ଆଜିର ଖେଳରେ ସାଇ ହଷ୍ଟେଲ କଟକ ଏବଂ ରେଲୱେ ଏଫ୍ ସି କଲିକତା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଲଢ଼େଇ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ସାଇ ହଷ୍ଟେଲ କଟକ ୧-୦ ଗୋଲରେ ଆଗୁଆ ଥିବା ବେଳେ ଖେଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିବା ସହ ସାଇ ହଷ୍ଟେଲ କଟକ ୨-୦ରେ ବିଜୟୀ ଘୋଷିତ ହୋଇଛି । ଆଜିର ଫୁଟବଲ ଟୁନାମେଣ୍ଟରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବସ ମାଲିକ ସଂଘ ସଭାପତି ମନୋଜ କୁମାର ନାୟକ, ପୂର୍ବତନ ନଗରପାଳ ଗୁରପ୍ରସାଦ ଜେନା, ମୁଖ୍ୟ ସଂପାଦକ ପ୍ରମୋଦ ପଟ୍ଟନାୟକ ପ୍ରମୂଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚରେ ରେଲୱେ ଏଫ୍ ସି କଲିକତା ଦଳର ୨ ନଂ ଖେଳାଳୀ ବିକାଶ ରାୟ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ମୁଖ୍ୟ ରେଫରୀ ଭାବେ ଜାତୀୟ ସ୍ତରର ରେଫରୀ ଭୀମ ଛତ୍ରୀ ଆଜିର ଖେଳ ପରିଚାଳନା କରିଥିଲେ । ରେଫରୀ କୀର୍ତ୍ତି ରଂଜନ ସ୍ୱାଇଁ, ଅଶୋକ କହଁର ଓ ରାଜୁ ମହାନ୍ତି ତାଙ୍କୁ ସହାୟତା କରିଥିଲେ । ଖେଳର ଧାରା ବିବରଣୀ ଆଶୁତୋଷ ମିଶ୍ର, ଶେଖ୍ ଅବଦୁଲ ଖାଲିକ,ଗଣେଶ୍ୱର ମିଶ୍ର ପ୍ରଦାନ କରିଥିଲେ ।

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!