ନୟାଗଡ଼, (ବାଘୁଆବାର୍ତ୍ତା): ଜାନୁଆରୀ ୨୬ ତାରିଖରେ ନୟାଗଡ଼ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ୍ । ଏନେଇ ଆଜି ଘୋଷଣା କରାଯାଇଛି । ରାଜ୍ୟର ୨୦ଟି ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୯ଟି ଜିଲ୍ଲାରେ ସ୍ଥାନୀୟ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ । ସେହିପରି ଖୋର୍ଦ୍ଧା, ବ୍ରହ୍ମପୁର ଓ ରାଉଲକେଲାରେ ପତାକା ଉତ୍ତୋଳନ କରିବେ ଆରଡିସି । ବଲାଙ୍ଗିର, ଭଦ୍ରକ, ବୌଦ୍ଧ, ଗଜପତି, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ । ଏବଂ କଟକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସମ୍ବଲପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୟୂରଭଞ୍ଜରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଡ଼ରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୁଳରେ ମନ୍ତ୍ରୀ ପ୍ରତାପ ଜେନା, ସୁବର୍ଣ୍ଣପୁରରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, କେନ୍ଦୁଝରରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୁନ୍ଦରଗଡ଼ରେ ମନ୍ତ୍ରୀ ସୁଶାନ୍ତ ସିଂହ, ନୂଆପଡ଼ାରେ ମନ୍ତ୍ରୀ ନବକିଶୋର ଦାସ, ଗଞ୍ଜାମରେ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବାଲେଶ୍ୱରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ାରେ ମନ୍ତ୍ରୀ ସମୀର ରଂଜନ ଦାଶ, ଜଗତସିଂହପୁରରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ପୁରୀରେ ମନ୍ତ୍ରୀ ରଘୁନନ୍ଦନ ଦାସ, ନବରଙ୍ଗପୁରରେ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଓ କୋରାପୁଟରେ ମନ୍ତ୍ରୀ ପତାକା ଉତ୍ତୋଳ କରିବେ ବୋଲି ଘୋଷଣା କରାଯାଇଛି ।





