Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ: ୫ ବର୍ଷରୁ କମ୍ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ

by ସଞ୍ଜୟ ସ୍ୱାଇଁ
January 19, 2022
in Feature News
କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ: ୫ ବର୍ଷରୁ କମ୍ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ
204
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟରେ ବଢ଼ୁଥିବା କରୋନା ସ୍ଥିତି ଏବଂ ପିଲାଙ୍କଠାରେ ସଂକ୍ରମଣକୁ ନେଇ କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲଙ୍କ ପରାମର୍ଶ । ଡାକ୍ତର ଅଗ୍ରୱାଲ କହିଛନ୍ତି ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ହୋଇଥିଲେବି ଏହା ହେଲେ ଗୁରୁତର କରୁନାହିଁ । ପ୍ରଥମ ଓ ୨ୟ ଲହର ବେଳେ ପ୍ରାୟ ୧୫% ପିଲା ସଂକ୍ରମିତ ହୋଇଥିଲେ, ବର୍ତ୍ତମାନର ରିପୋର୍ଟ ଅନୁସାରେ ୧୦ରୁ ୨୦% ପିଲା ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଚିହ୍ନଟ ହେଉଥିବା ପିଲାଙ୍କ ମଧ୍ୟରୁ ୯୫% ପିଲା ସାମାନ୍ୟ ଲକ୍ଷଣଯୁକ୍ତ, ୪% କାଶ ଥଣ୍ଡା ହୋଇ ହସ୍ପିଟାଲ ଆସନ୍ତି, ୧% ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ସାଧାରଣ କାଶ ଥଣ୍ଡା ଭଳି ପିଲାମାନଙ୍କୁ କରୋନା ହେବ । କେତେବେଳେ ପିଲା କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯିବେ ଜଣାପଡ଼ିବନି । ୭୫% ପିଲା ଆକ୍ରାନ୍ତ ହୋଇଥିଲେ ବି ଲକ୍ଷଣ ଦେଖାଯିବନି । ୨୦% ପିଲାଙ୍କ ପାଖରେ କରୋନାର ଲକ୍ଷଣ ଦେଖାଯିବ । କୋଭିଡର ୨ ପ୍ରକାର ଲକ୍ଷଣ ଦେଖିବାକୁ ମିଳୁଛି । କାଶ, ଛିଙ୍କ, ଥଣ୍ଡା ଓ ଦି୍ୱତୀୟରେ ପତଳା ଝାଡ଼ା । ବେଳେବେଳେ ପିଲାଙ୍କ ଠାର ଜ୍ୱର ରହିବ, ମୁଣ୍ଡ ବ୍ୟଥା ରହିବ । ପିଲାଙ୍କୁ ଜ୍ୱର ହେଲେ ପ୍ରଥମ ଦିନ ୨ ପାରାସିଟାମଲ୍ ଦେବାକୁ ପରାମର୍ଶ । ପିଲାଙ୍କ ମଧ୍ୟରେ ୧୨ ରୁ ୧୮ ବର୍ଷ ବର୍ଗଙ୍କୁ ସଂକ୍ରମଣ ହେବା ସମ୍ଭାବନା ଅଧିକ । ଛୋଟ ପିଲାଙ୍କୁ ସଂକ୍ରମଣ ହେବା ସମ୍ଭାବନା ବହୁତ କମ୍ ଡାକ୍ତର ଅଗ୍ରୱାଲ । ୫ ବର୍ଷରୁ କମ୍ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ । ପିଲାଙ୍କ ଇମ୍ୟୁନିଟି ଅଧିକ ଭଲ, ତେଣୁ ସେମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ୍ । ପିଲାଙ୍କର ଯଦି ଅନ୍ୟ କିଛି ଟିକା ବାକି ଥାଏ ଦେଇଦେବାକୁ ପରାମର୍ଶ । ଅନ୍ୟ ଟିକା କେବଳ ସଂପୃକ୍ତ ରୋଗକୁ ରୋକିବନି ବରଂ କରୋନାକୁ ବି ଦୂରେଇବ ବୋଲି କହିଛନ୍ତି ଡାକ୍ତର ଅଗ୍ରୱାଲ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!