ରିୟାଦ୍, (ବାଘୁଆବାର୍ତ୍ତା): ସାଉଦି ଆରବର ଜଣେ ମହିଳା ଇଞ୍ଜିନିୟର ଏକ ନିଆରା ଚିପ୍ ଉଦ୍ଭାବନ କରିଛନ୍ତି। ଏହି ଚିପ୍ ଭିନ୍ନ ଭିନ୍ନ କ୍ୟାନ୍ସରର ରୁପକୁ ଚିହ୍ନଟ କରିବାରେ ସହାୟକ ହେବ । ଦାନା-ଅଲ୍ ସୁଲେମାନ ନାମକ ମହିଳା କିଙ୍ଗ ଅବଦୁଲ୍ଲା ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ କାର୍ୟ୍ୟକାରୀ ପ୍ରଫେସର ଭାବରେ କାମ କରୁଛନ୍ତି । କ୍ୟାନସରର ଚିହ୍ନଟ କରିବାରେ ସହାୟକ ହେଉଥିବା ଚିପ୍କୁ ବିକଶିତ କରିବା କ୍ଷେତ୍ରରେ ତାଙ୍କୁ ”ଇନୋଭେଟର୍ସ ଅଣ୍ଡର୍-୩୫” ସମ୍ନାନରେ ସମ୍ନାନୀତ କରାଯାଇଛି । ଦାନା-ଅଲ୍ ସୁଲେମାନ ତାଙ୍କର ଏହି ଅଭିନବ ପ୍ରୟାସକୁ ନେଇ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଗୋଟିଏ ସୁକ୍ଷ୍ମ ଛୁଞ୍ଚିକୁ ନେଇ ତା ଉପରେ ଏକ ପ୍ଳାଷ୍ଟିକର ପ୍ରଲେପ ଦିଆଯାଇଥିବା ଏହି ଚିପ୍ କ୍ୟାନ୍ସରକୁ ଚିହ୍ନଟ କରିବାରେ ସହାୟକ ହୋଇଥାଏ। ଖୁବ୍ ସହଜ ଉପାୟରେ ଭିନ୍ନ ଭିନ୍ନ କ୍ୟାନ୍ସରକୁ ଚିହ୍ନଟ କରିଥାଏ ଚିପ୍ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହାକୁ ଆମେରିକାକୁ ପଠାଇ ଦିଆଯାଇଛି , ଏବଂ ଏହି ଚିପ୍ ଗୁଡ଼ିକ ଅବଦୁଲ୍ଲା ବିଶ୍ବବିଦ୍ୟାଳୟରେ ବନାଯାଉଛି, ପରେ ଏହାକୁ ଖୁବଶୀଘ୍ର ସବୁ ହସ୍ପିଟାଲରେ ଡାକ୍ତର ମାନଙ୍କ ପାଖରେ ପହଞ୍ଚାଇଦିଆଯିବ। ଏମିତିରେ ବି କ୍ୟାନ୍ସରକୁ ଚିହ୍ନଟ କରିବା ପାଇଁ ଡାକ୍ତର ମାନଙ୍କୁ ବିଭିନ୍ନ ପ୍ରକାଣ ଟେଷ୍ଟର ସମ୍ମୁଖିନ ହେବାକୁ ପଡ଼ୁଥିଲା। କିନ୍ତୁ ଏହି ଚିପ୍ର ଉଦ୍ଭାବନ ପରେ ଏବେ ଡାକ୍ତର ମାନଙ୍କୁ ଏହା ସାହାଯ୍ୟରେ କ୍ୟାନ୍ସର ଚିହ୍ନଟ କରିବା ସହଜ ହେବ ବୋଲି କୁହାଯାଉଛି। କିଙ୍ଗ୍ ଅବଦୁଲ୍ଲା ବିଜ୍ଞାନ ଓ ପଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ ଏହି ଭଳି ଏକ ଅବିନବ ଆବିଷ୍କାର ପାଇଁ ଦାନା-ଅଲ୍ ସୁଲେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରଷ୍କାର ପାଇଁ ନାମାଙ୍କନ ଫର୍ଦ୍ଦରେ ବାୟୋମେଡିସିନ୍, ଗଣନା ଓ ଯୋଗାଯୋଗ, ଶକ୍ତି, ସାମଗ୍ରୀ ବିଜ୍ଞାନ, ସଫ୍ଟଓ୍ବେର୍ ଏବଂ ପରିବହନ, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ ଅଟେ। ତେବେ ଏହି ପରିପ୍ରେକ୍ଷୀରେ ଏଭଳି ଉଦ୍ଭାବନ ପାଇଁ ଦାନା-ଅଲ୍ ସୁଲେମାନଙ୍କୁ ପୁରଷ୍କୃତ କରାଯାଇଛି ।






