Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରାସିଟାମଲରେ ହୋଇପାରୁଛି କରୋନା ପ୍ରତିକାର

by ସଞ୍ଜୟ ସ୍ୱାଇଁ
January 16, 2022
in Health, NATIONAL NEWS
ପାରାସିଟାମଲରେ ହୋଇପାରୁଛି କରୋନା ପ୍ରତିକାର
58
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): କରୋନାର ସ୍ୱଳ୍ପ ଲକ୍ଷଣ ଥିଲେ ଅଯଥାରେ ଅଧିକ ଔଷଧ ଖାଆନ୍ତୁ ନାହିଁ । ରୋଗୀଙ୍କ ପାଇଁ କେବଳ ପାରାସିଟାମଲ୍ ହିଁ ଯଥେଷ୍ଟ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଏହାସହ ଆଂଟି-ବାୟୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ପ୍ରକଟ କରାଯାଇଛି । ରାଷ୍ଟ୍ରୀୟ କୋଭିଡ୍ ଟାକ୍ସ ଫୋର୍ସର ସଦସ୍ୟ ସଂଜୟ ପୂଜାରୀ କହିଛନ୍ତି, ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇଁ ଆଜିଥୋମାଇସିନ୍ ଓ ମଲ୍ନୁ-ପିରାଭିର ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ । ଯେଉଁ ରୋଗୀ ଟିକା ନେଇନାହାନ୍ତି, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ସେମାନଙ୍କ ପାଇଁ ଆଂଟିବାୟୋଟିକର ଆବଶ୍ୟକତା ରହିଛି । ଅଳ୍ପ ଲକ୍ଷଣ ପାଇଁ ଅନାବଶ୍ୟକ ଆଣ୍ଟି-ବାୟୋଟିକ । ପାରାସିଟାମଲରେ ହୋଇପାରୁଛି ପ୍ରତିକାର । ନିକଟରେ ୩୫ ଜଣ ବିଶିଷ୍ଟ ଡାକ୍ତର ଅତ୍ୟଧିକ ଟେଷ୍ଟିଂ ଓ ଆଣ୍ଟିବାୟୋଟିକ୍, ଆଣ୍ଟିଭାଇରାଲ ଔଷଧ ବ୍ୟବହାର ହେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଅନାବଶ୍ୟକ ଭାବେ ଏହି ବ୍ୟବହାର ବନ୍ଦ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଖୋଲା ଚିଠି ଲେଖିଥିଲେ । ପୂର୍ବ ଲହର ତୁଳନାରେ ତୃତୀୟ ଲହରରେ ଅଧିକାଂଶ ଆକ୍ରାନ୍ତ ଗୁରୁତର ହେଉନାହାନ୍ତି । ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ରହୁଛି । ସେମାନଙ୍କ ଚିକିତ୍ସା ପାଇଁ ପାରାସିଟାମଲ ଯଥେଷ୍ଟ ବୋଲି କହିଛନ୍ତି କୋଭିଡ ଟାସ୍କଫୋର୍ସର ବିଶେଷଜ୍ଞ । ସାଧାରଣ ଜ୍ୱର ଓ ମାଂସପେଶୀ ଯନ୍ତ୍ରଣା ପାଇଁ ବ୍ୟବହାର ହେଉଥିବା ପାରାସିଟାମଲ ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଭଲ କାମ କରୁଛି । ଓମିକ୍ରନ ପ୍ରଜାତି ଦ୍ରୁତ ସଂକ୍ରମଣ କରୁଥିଲେ ମଧ୍ୟ ଘାତକ ହେଉନଥିବା ନେଇ ବିଶ୍ୱବ୍ୟାପୀ ଅଧ୍ୟୟନରୁ ସୂଚନା ମିଳୁଛି । ତେଣୁ ସାମାନ୍ୟ ଜ୍ୱର କିମ୍ବା ଥଣ୍ଡା କାଶ ହେଲେ ପାରାସିଟାମଲ ଓ ଲିଭୋସେଟିରିଜିନ ଭଳି ଔଷଧ ଯଥେଷ୍ଟ ବୋଲି କହିଛନ୍ତି ବିଶେଷଜ୍ଞ । ଏପରିକି ଜ୍ୱର କିମ୍ବା ଅନ୍ୟ ଯନ୍ତ୍ରଣା ନଥିଲେ ପାରାସିଟାମଲ ଖାଇବା ଆବଶ୍ୟକତା ନାହିଁ ବୋଲି କୁହାଯାଉଛି । ଓମିକ୍ରନ ତାର କାୟା ବିସ୍ତାର କରିବା ଆରମ୍ଭ କରିଥିବା ବେଳେ, କେବଳ ଗୁରୁତର ରୋଗୀ, ବୟସ୍କ ଓ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି ବିଶେଷ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ବା ଅନ୍ୟ ଔଷଧ ସେବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସ୍ୱଳ୍ପ ଲକ୍ଷଣ ଥିଲେ, ଲକ୍ଷଣ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ହେବେ ବୋଲି ଦାବି କରିଛନ୍ତି ଡାକ୍ତର । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ଭିଟାମିନ ସେବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନ ଭୂତାଣୁ କ୍ଷୀପ୍ର ଗତିରେ ସଂକ୍ରମଣ ବଢାଉଥିବାରୁ ପୁଣି ନୂତନ ପ୍ରଜାତି ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ସଂକ୍ରମଣ ରୋକିବାକୁ ଓ ମହାମାରୀରୁ ମୁକ୍ତି ପାଇବା ପାଇଁ କୋଭିଡ ନିୟମ ପାଳନ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!