ନୟାଗଡ଼, (ବାଘୁଆବାର୍ତ୍ତା) : ଅଖିଳ ଭାରତ କଂଗ୍ରେସ କମିଟି ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଉପକୂଳ ବର୍ତ୍ତୀ ଜିଲ୍ଲା ଦାୟିତ୍ୱରେ ଥିବା ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ନୟାଗଡ଼ ଆସିଛନ୍ତି । ଜିଲ୍ଲା କଂଗ୍ରେସର ବିଭିନ୍ନ ବେତୃବୃନ୍ଦ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସ୍ଥାନୀୟ କେସି କ୍ଲବଠାରେ ଆଲୋଚନା କରିଛନ୍ତି । ଏହି ପ୍ରରିପ୍ରେକ୍ଷିରେ ପୂର୍ବତନ ସଭାପତି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦଳୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ପୈାର ଏବଂ ପଂଚାୟତ ନିର୍ବାଚନ ପାଇଁ ଦଳକୁ ତୃଣମୂଳ ସ୍ତରରୁ ସୃଦୃଢ଼ କରିବା ପାଇଁ ପ୍ରତ୍ୟେକ ପଂଚାୟତ ବ୍ଲକ ସ୍ତରରେ କର୍ମୀଙ୍କ ସମ୍ମିଳନୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ସମସ୍ତ ଜୋନର କଂଗ୍ରେସ ସଭାପତି, ବିଭିନ୍ନ ସାମୂଖ୍ୟର କାର୍ଯ୍ୟକର୍ତ୍ତା, ପୂର୍ବତନ ସଭାପତି ସରୋଜ ପରିଡ଼ା, ବିଧାନସଭା ନିର୍ବାଚନ ଲଢ଼ିଥିବା ପାର୍ଥୀ ଶୁଭଶ୍ରୀ ପଣ୍ଡା, ମନୋଜ ସାହୁ, ବସନ୍ତ କୁମାର ମହାରଣା, କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, କମଳ ଚରଣ ସାହୁ,ଫକୀର ଚରଣ ମଲ୍ଲ ପ୍ରମୂଖ ଦଳକୁ ସୃଦୃଢ଼ କରିବା ପାଇଁ ମତାମତ ରଖିଥିଲେ । ପ୍ରଦେଶ କଂଗ୍ରେସ ପକ୍ଷରୁ ନୟାଗଡ଼ ଜିଲ୍ଲାପାଇଁ ନିଯୁକ୍ତ ମହାପ୍ରବନ୍ଧକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ପ୍ରଦେଶ କଂଗ୍ରେସର ପୂର୍ବତନ ଉପସଭାପତି ଶୁଭେନ୍ଦୁ ମହାନ୍ତି ବ୍ଲକ କଂଗ୍ରେସ କମିଟି ଗଠନ କରିବାକୁ ମତାମତ ଦେଇଥିଲେ ।







