Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମିତାଭ ବଚ୍ଚନଙ୍କ ଘରୋଇ ସହାୟକ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
January 5, 2022
in Feature News
ଅମିତାଭ ବଚ୍ଚନଙ୍କ ଘରୋଇ ସହାୟକ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ
117
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା): ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲ୍‌ସା’ରେ କାର୍ଯ୍ୟରତ ଜଣେ ସହାୟକ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ‘ବି.ଏମ୍‌.ସି.’ର ଜଣେ ଅଧିକାରୀ କହିଛନ୍ତି। ଜାନୁଆରି ୨ ତାରିଖ ରବିବାର ଦିନ ବଚ୍ଚନଙ୍କର ‘ପ୍ରତୀକ୍ଷା’ ଏବଂ ‘ଜଲ୍‌ସା’ ବଙ୍ଗଳାର ୩୧ଜଣ ସହାୟକଙ୍କ ନମୁନା ପରୀକ୍ଷା କରାଯିବା ପରେ ମାତ୍ର ଜଣେ କରୋନାଭାଇରସ୍‌ ପଜିଟିଭ୍‌ ବାହାରିଛି। ବାକି ୩୦ଜଣଙ୍କର ନମୁନା ନେଗେଟିଭ୍‌ ଆସିଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ଥିଲା ନିୟମିତ କୋଭିଡ୍‌-୧୯ ପରୀକ୍ଷା। ପଜିଟିଭ୍‌ ହୋଇଥିବା ସହାୟକଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ତାଙ୍କୁ ‘ବି.ଏମ୍‌.ସି.’ର ‘କୋଭିଡ୍‌ କେୟାର୍‌ ସେଣ୍ଟର୍‌-୨’ରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି ବୋଲି ଅଧିକାରୀଜଣକ କହିଛନ୍ତି। କୋଭିଡ୍‌-୧୯ ନିୟମ ଅନୁଯାୟୀ, ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କର କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍, ଟେଷ୍ଟିଙ୍ଗ୍ ଏବଂ ହୋମ୍‌ କ୍ବାରେଣ୍ଟିନ୍‌ ବ୍ୟବସ୍ଥା କରାଯିବ। ମଙ୍ଗଳବାର ଦିନ ମଧ୍ୟ ‘ବ୍ଲଗ୍‌ ପୋଷ୍ଟ୍‌’ରେ ଅମିତାଭ ସୂଚନା ଦେଇଥିଲେ ଯେ, ସେ କେତେକ ଘରୋଇ ‘କୋଭିଡ୍‌’ ପରିସ୍ଥିତି ନେଇ ବ୍ୟସ୍ତ ଅଛନ୍ତି। ପରେ ସେ ପ୍ରଶଂସକମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବେ। ୨୦୨୦ରେ ନିଜେ ଅମିତାଭ ବଚ୍ଚନ କରୋନାଭାଇରସ୍‌ ପଜିଟିଭ୍‌ ହେବା ପରେ ନାନାବତୀ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ ହୋଇଥିଲେ। ସୁସ୍ଥ ହେବା ପରେ ସେ ଘରକୁ ଫେରି କିଛି ଦିନ ପରେ ପୁଣି ଅଭିନୟ ଆରମ୍ଭ କରିଥିଲେ। ଅମିତାଭଙ୍କ ସଦ୍ୟତମ ଚଳଚ୍ଚିତ୍ର ଥିଲା ଇମ୍ରାନ୍‌ ହାସ୍‌ମି ଅଭିନୟ କରିଥିବା ‘ଚେହରେ’। ଏହାଛଡ଼ା, ‘ଝୁଣ୍ଡ୍‌’, ‘ବ୍ରହ୍ମାସ୍ତ୍ର’, କନ୍ନଡ଼ ଚଳଚ୍ଚିତ୍ର ‘ବଟର୍‌ଫ୍ଲାଇ’, ‘ମେଡେ’, ଗୁଡ୍‌ ବାଏ’, ‘ଉଞ୍ଚାଇ’ ଏବଂ ଏଯାବତ୍‌ ନାଁ ସ୍ଥିର ନ ହୋଇଥିବା ନାଗ ଅଶ୍ବିନୀଙ୍କର ଏକ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଅଭିନୟ କରୁଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!