ଚାନ୍ଦବାଲି, (ବାଘୁଆବାର୍ତ୍ତା): ନେହେରୁ ଯୁବକେନ୍ଦ୍ର ଭଦ୍ରକ ପକ୍ଷରୁ ବ୍ଲକସ୍ତରୀୟ ଟୁର୍ଣ୍ଣାମେଣ୍ଟ ଶିକ୍ଷା ବିକାଶ ଚାରିଟେବୁଲ ଟ୍ରଷ୍ଟ ନଳଗୋହିରା ଆନୁକୂଳରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭଲି, କବାଡି, ଫୁଟବଲ୍,୧୦୦,୨୦୦ ମିଟର ଦୌଡ, ଲଙ୍ଗଜମ୍ପ, ହାଇଜମ୍ପ, ମିଉଜିକ ଚେୟାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ବାଳକ ବାଳିକା ବର୍ଗ ଭାଗ ନେଇଥିଲେ । କବାଡି, ଭଲି ଟୁର୍ଣ୍ଣାମେଣ୍ଟରେ ପରମାନ୍ଦପୁର ଜୟ ଦୁର୍ଗା ରିକ୍ରେସନାଲ କ୍ଲବ୍ ବିଜେତା ହୋଇଥିବାବେଳେ କବାଡି ଟୁର୍ଣ୍ଣାମେଣ୍ଟରେ ନଳଗୋହିରା ଉପବିଜେତା ସନ୍ତୁଷ୍ଟ ହୋଇଥିଲା। ଏହି କାର୍ୟକ୍ରମରେ ଆଇନିଜୀବି ଉପେନ୍ଦ୍ର ରାଉଳ, ଇଂ ରାକେଶ ପଣ୍ଡା, ଯୁବସମାଜ ସେବୀ ସଂଜୟ ଓଝା , ବୁଦ୍ଧିଜିବୀ ଅନନ୍ତ ମହାନ୍ତି, ଶିକ୍ଷାବିତ ସୁଶାନ୍ତ ମହାନ୍ତି, ଗୌରହରି ରାଉଳ, ଦେବହରି ରାଉଳ, ପ୍ରମୁଖ ଯୋଗା ଦେଇଥିଲେ। ନଳଗୋହିରା ଶିକ୍ଷା ବିକାଶ ମଞ୍ଚର ସଭାପତି କାହ୍ନୁ ଚରଣ ପରିଡା ସଭାପରିଚାଳନା କରିଥିଲେ ,ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ।






