Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଖେଳ ପଡ଼ିଆରେ ମହିଳା ଫୁଟବଲ୍ ପଦର୍ଶିତ

by ସଞ୍ଜୟ ସ୍ୱାଇଁ
December 3, 2019
in Nayagarh, Sports
ନୟାଗଡ଼ ଖେଳ ପଡ଼ିଆରେ ମହିଳା ଫୁଟବଲ୍ ପଦର୍ଶିତ
113
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ମହିଳା ପଦର୍ଶନୀ ଫୁଟବଲ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକ ମହିଳା ଫୁଟବଲ ଏକାଡେମୀ ଭୂବନେଶ୍ୱର ବନାମ୍ ଉର୍ମୀଳା ଫୁଟବଲ୍ ଏକାଡେମୀ କଟକ ମଧ୍ୟରେ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ଆଜିର ମହିଳା ପଦର୍ଶନୀ ଫୁଟବଲ ଟୁନାମେଣ୍ଟକୁ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଯୋଗ ଦେଇଥିଲେ । ଆଜିର ଖେଳ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥିବା ବେଳେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଫଳରେ ପେନାଲ୍ଟିକ୍ ସାହାର୍ଯ୍ୟରେ ବିଜୁପଟ୍ଟନାୟକ ମହିଳା ଫୁଟବଲ୍ ଏକାଡେମୀ ଚାରି ଏକ ଗୋଲରେ ବିଜୟ ଲାଭ କରିଥିଲା । ଖେଳରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସଦରଥାନା ଅଧିକାରୀ ଅଣ୍ଣପୂର୍ଣ୍ଣା ବେହେରା, ସିନ୍ଦୁରିଆ ସରପଂଚ ହୁର୍ଜାନ୍ ବେଗମ୍, ପୂର୍ବତନ ନଗରପାଳ ଗୁରପ୍ରସାଦ ଜେନା, ୭୮୬ କ୍ଲବର ସଭାପତି ଶେଖ୍ ୟୁସୁଫ, ଚଳଚ୍ଚିତ୍ର ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୂଖ ଯୋଗ ଦେଇ ଖେଳାଳୀଙ୍କ ଉତ୍ସାହିତ କରିଥିଲେ । ଆଜିର ଖେଳରେ ଜାତୀୟ ସ୍ତରର ମହିଳା ରେଫରୀ ଚିତ୍ରାନନ୍ଦ ପାତ୍ରଙ୍କୁ ଖେଳ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ବିଜୁ ପଟ୍ଟନାୟକ ମହିଳା ଫୁଟବଲ୍ ଏକାଡେମୀର ଚାରି ନମ୍ବର ଖେଳାଳୀ ରୁନି ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା । ଅତିଥିମାନେ ଉର୍ମିଳା ଫୁଟବଲ୍ ଏକାଡେମୀକୁ ରନର୍ସ ଅପ୍, ବିଜୁ ପଟ୍ଟନାୟକ ମହିଳା ଫୁଟବଲ ଏକାଡେମୀ ଚାମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳର ଧାରା ବିବରଣୀ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ଖେଳ ଶିକ୍ଷକ ଅମୀୟ କୁମାର ସାହୁ ପ୍ରଦାନ କଲେ । ଆଜିର ଖେଳକୁ ଚଳଚିତ୍ର ପ୍ରଯୋଜକ ପ୍ରଦୀପ କୁମାର ଆଚାର୍ଯ୍ୟ ପ୍ରଯୋଜନା କରିଥିବା ବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମସ୍ତ ଟ୍ରଫି ଦାନ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!