Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପନ୍ଥ ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

by ସଞ୍ଜୟ ସ୍ୱାଇଁ
December 29, 2021
in Sports
ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ; ଇଂଲଣ୍ଡ-୨୦୫/୧୦ ଭାରତ-୨୯୪/୭
172
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ପନ୍ଥ ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦୦ ଶିକାର ହାସଲକାରୀ ଭାରତୀୟ ୱିକେଟ୍ କିପର ହୋଇଛନ୍ତି। ପନ୍ଥ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନ୍ ଟେଷ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ତେମ୍ବା ବାଭୁମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ଥ ନିଜର ୨୬ତମ ଟେଷ୍ଟ (୫୦ତମ ଇନିଂସ)ରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଧୋନି ୩୬ ଟେଷ୍ଟ ଖେଳି ୧୦୦ ଶିକାର ପୂରଣ କରିଥିଲେ। ତେଣୁ ପନ୍ଥ ମ୍ୟାଚ୍ ମାମଲାରେ ଧୋନିଙ୍କୁ ବହୁତ ପଛରେ ପକାଇ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୱିକେଟ କିପର କ୍ୱିଣ୍ଟନ ଡି କକ୍ ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି। ସେ ମାତ୍ର ୨୨ ଟେଷ୍ଟରେ ଶତକ ପୂରଣ କରିଛନ୍ତି। ପନ୍ଥ ଟେଷ୍ଟ କ୍ରିକେଟରେ ୧୦୦ ଶିକାର ହାସଲ କରିବାରେ ଭାରତର ଷଷ୍ଠ ୱିକେଟ କିପର ହୋଇଛନ୍ତି। ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନି, ସୟଦ କିରମାନୀ, କିରଣ ମୋରେ, ନୟନ ମୋଙ୍ଗିଆ ଓ ଋଦ୍ଧିମାନ ସାହା ଏହି ଶତକ ପୂରଣ କରିସାରିଛନ୍ତି। ଧୋନି ଭାରତର ସବୁଠାରୁ ସଫଳ ୱିକେଟ୍ କିପର। ସେ ଟେଷ୍ଟ କ୍ରିକେଟରେ ମୋଟ ୨୯୪ ଶିକାର କରିଛନ୍ତି। ଜାନୁଆରୀ ୨୦୨୧ରେ ପନ୍ଥ କୌଣସି ଭାରତୀୟ ୱିକେଟ୍ କିପର ଭାବେ ଦ୍ରୁତ ୧ହଜାର ରନ୍ ପୂରଣ କରିଥିଲେ। ଏଥିସହ ସେ ଧୋନିଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!