କୋଣାର୍କ, (ବାଘୁଆବାର୍ତ୍ତା): ସୂର୍ୟ୍ୟ ମନ୍ଦିର ପରିସରରେ ଉତେଜନା । ମାନିଲେନି ପ୍ରଶାସନର ନିୟମ । ପାଚେରୀ ଡେଇଁ ପଶିଲେ ପର୍ୟ୍ୟଟକ। ପ୍ରବେଶ ପାଇଁ ଟିକେଟ୍ ନମିଳିବାରୁ ଏପରି ସ୍ଥିତି ଦେଖାଦେଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, କରୋନା ସଂକ୍ରମଣ ପରେ ଏବେ ସମସ୍ତ ପର୍ୟ୍ୟଟନସ୍ଥଳୀ ଓ ମନ୍ଦିର ଖୋଲିଛି । କୋଣାର୍କ ମନ୍ଦିର ମଧ୍ୟ କରୋନା କଟକଣା ମଧ୍ୟରେ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କିନ୍ତୁ ଆଜି ଏହିଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ମନ୍ଦିରରେ ପ୍ରବେଶ ପାଇଁ ଟିକେଟ ନମିଳିବାରୁ ଅଶାନ୍ତିକର ପରିବେଶ ଦେଖାଦେଇଥିଲା । ପର୍ୟ୍ୟଟକମାନେ ପାଚେରୀ ଡେଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ଯାହାକି ଆଇନ୍ର ଉଲ୍ଲଂଘନ ଅଟେ ।






