ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଘରକୁ ଘର ଟିକାକରଣ ଜାରି ରହିଛି । ଆଜି ସୁଦ୍ଧା ୪ କୋଟି ୮୨ ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି । ତେବେ ୨ କୋଟି ୮୮ ଲକ୍ଷ ଲୋକ ଟଚିକାର ପ୍ରଥମ ଡୋଜ୍ ନେଇଛନ୍ତି । ୩୭ ଲକ୍ଷ ଲୋକ ଟିକାର ପ୍ରଥମ ଡୋଜ୍ ନେଇନାହାଁନ୍ତି । ଆହୁରି ୩୧ ଲକ୍ଷ ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକା ବାକି ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରି କହିଛନ୍ତି ଆମର ଲକ୍ଷ୍ୟ ରହିଛି ଜାନୁଆରୀ ୧୫ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସାରିବାକୁ । ସେହିଭଳି ଓମିକ୍ରନକୁ ଦୃଷ୍ଟିରେ ରଖି ସର୍ଭେଲାନସ ଜୋରଦାର କରାଯାଉଛି । ଯେ କେହି ବି ପଜିଟିଭ ଚିହ୍ନଟ ହେଲେ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ।






