Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ଜାନୁଆରୀ ୫ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଦିନକୁ ଦୁଇଟି ସିଟିଂରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ

by ସଞ୍ଜୟ ସ୍ୱାଇଁ
December 21, 2021
in Education, State
ଆସନ୍ତା ଜାନୁଆରୀ ୫ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଦିନକୁ ଦୁଇଟି ସିଟିଂରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ
198
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଜାନୁଆରୀ ୫ ତାରିଖରୁ ୮ତାରିଖ ପର୍ୟ୍ୟନ୍ତ ଦିନକୁ ଦୁଇଟି ସିଟିଂରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ଏସ୍‌ଏ-୧ ପାଇଁ ୫ଲକ୍ଷ ୭୧ହଜାର ୯୩୫ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ଓ ୩୭୩୧ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । ଏହି ପରୀକ୍ଷା ରାଜ୍ୟର ୩୦୯୩ ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ଓ ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ରାଜ୍ୟରେ ୩୧୧ଟି ନୋଡାଲ୍‌ ସେଣ୍ଟର ଚୟନ କରାଯାଇଛି । ବୋର୍ଡ ପକ୍ଷରୁ ଆସନ୍ତା ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍ ରାଜ୍ୟର ସମସ୍ତ ହାଇସ୍କୁଲ ବୋର୍ଡ ୱେବ୍‌ସାଇଟ୍‌ରୁ ଏସ୍‌ଏ-୧ ପରୀକ୍ଷାର ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ସଂଗ୍ରହ କରି ପରୀକ୍ଷାର୍ଥୀ, ଶିକ୍ଷକଶିକ୍ଷିକାଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସଂପୃକ୍ତ ହାଇସ୍କୁଲମାନେ ସେମାନଙ୍କ ସ୍କୁଲରୁ କେତେ ସଂଖ୍ୟକ ପିଲା ଏସ୍‌ଏ-୧ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି, ସଂପୃ୍କ୍ତ ସ୍କୁଲ ଛାତ୍ରଛାତ୍ରୀ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ, ଏହାକୁ ପରୀକ୍ଷା କେନ୍ଦ୍ରଭାବେ ଚୟନ କରାଯାଇଛି କି ନାହିଁ, ଯଦି କରାଯାଇଛି କେତେ ଜଣ ପିଲାଙ୍କୁ ଏହି କେନ୍ଦ୍ର ସହ ଯୋଡାଯାଇଛି, ସଂପୃକ୍ତ ସ୍କୁଲ ନୋଡାଲ ସେଣ୍ଟର ହୋଇଛି କି ନାହିଁ, ଯଦି ହୋଇଛି ତେବେ ମାଟ୍ରିକ୍ ପାଇଁ ବା ଉଭୟ ମାଟ୍ରିକ୍ ଓ ମଧ୍ୟମା ପାଇଁ ହୋଇଛି, ଏଭଳି ସମସ୍ତ ସୂଚନା ହାଇସ୍କୁଲମାନେ ସଂଗ୍ରହ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ଯଦି କୌଣସି ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ର ‌କରାଯାଇଛି, ତେବେ କେତେ ସଂଖ୍ୟକ ପିଲା ବିଭିନ୍ନ ବିଷ‌ୟରେ ଏହି ପରୀକ୍ଷା କେନ୍ଦ୍ରରେ ଦେଉଛନ୍ତି, ସେ ବିଷୟରେ ବିଭିନ୍ନ ସୂଚନା ଡାଉନ୍‌ଲୋଡ କରିବାକୁ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!