Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ଏନ୍.ଏ.ସି ସମେତ ୯ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

by Sanjay Swain
December 15, 2021
in Nayagarh
ଓଡ଼ଗାଁ ଏନ୍.ଏ.ସି ସମେତ ୯ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
203
VIEWS
Share on FacebookShare on Twitter

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଚୁର୍ଆଲ ମାଧ୍ୟମରେ ନୟାଗଡ଼ ଜିଲ୍ଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଧାୟକ ଓ ମନ୍ତ୍ରୀ ବିଭିନ୍ନ ପଂଚାୟତ ଗ୍ରସ୍ତ କରି ବିଜୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ କରିଛନ୍ତି। ଲୋକଙ୍କ ପାଖକୁ ସିଧାସଳଖ ଯାଇ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ସଂପର୍କରେ ବୁଝାଇବାକୁ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ତଥା ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଓଡ଼ଗାଁ ବ୍ଲକର ୯ଗୋଟି ପଂଚାୟତ ଓ ଏନ୍ଏସିରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ତନ କରିବା ଅବସରରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡ଼ଗାଁ ବିକାଶର କଥା ବଖାଣିଛନ୍ତି। ଅତୀତକୁ ଦେଖିଲେ ଆଜି ଓଡ଼ଗାଁ ସବୁଥିରେ ବିକାଶ କରିଛି। ଚକାଚକ୍ ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟଜଳ, ସ୍ବଚ୍ଛତା ଓ ଆଲୋକୀକରଣରେ ଓଡ଼ଗାଁ ସବୁଠୁ ଆଗରେ ରହିଛି। ମାଟି ସହିତ ମାଟି ହୋଇ ସମାଜ ସେବାରେ ଲାଗିଲେ ସଫଳତା ଆପେ ଆପେ ଆସିଥାଏ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ଆଜି ସକାଳ ୯ଟା ୩୦ମିନିଟ୍ ସମୟରେ ମନ୍ତ୍ରୀ ଡ. ସାହୁ ସୁନାମୁହିଁ ପଂଚାୟତରେ ପହଂଚି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ପ୍ରଦାନ କରିଥିଲେ। ସୁନାମୁହିଁ ସରପଞ୍ଚ ମାନସ ରଂଜନ ସାହୁଙ୍କ ସଭାପତିତ୍ବରେ ମନ୍ତ୍ରୀ ଡ. ସାହୁ ଯୋଗଦେଇ ଲଣ୍ତାବାଦୁ, ସାତପାଟିଆ, ଲୁଣି, ସୁନାମୁହିଁ ଗ୍ରାମର ୧୪ଶହ ୪୯ଜଣ ହିତାଧିକାରୀଙ୍କୁ ଏହି କାର୍ଡ଼ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଉପଲବ୍ଧ ସୁବିଧା ବାବଦକୁ ମହିଳା ହିତାଧିକାରୀ ୧୦ ଲକ୍ଷ ଏବଂ ପୁରୁଷ ହିତାଧିକାରୀ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଆଲୋକପାତ କରିଛନ୍ତି। ଏହାପରେ ଗିରିଡ଼ିପଲ୍ଲି ପଂଚାୟତରେ ୪୭୦ଜଣଙ୍କୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ତନ କରାଯାଇଥିବା ବେଳେ କୁରାଳରେ ୧୯୪୪ଜଣ, କୋମଣ୍ତରେ ୧୨୩୫ଜଣ, ରୋହିବାଙ୍କରେ ୧୨୧୫ଜଣ, ରଙ୍ଗଣିପାଟଣାରେ ୧୦୧୪ଜଣ, ପନ୍ତିଖାରୀ ୮୨୦ଜଣ, ପାଣ୍ଡେରିପଡାରେ ୯୦୪ଜଣ, ରବିଗାଡ଼ିଆ ପଂଚାୟତରେ ୧୨୭୮ଜଣଙ୍କୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ତନ କରାଯାଇଛି। ସେହିପରି ଓଡ଼ଗାଁ ଏନ୍ଏସି ପକ୍ଷରୁ ମିନିଷ୍ଟାଡ଼ିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ. ସାହୁ ଯୋଗଦେଇ ୨୨୩୦ଜଣଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂ ପ୍ରସାଦ ସାହୁ, ବ୍ଲକ୍ ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ଚୈୖାଧୂରୀ, ଏନ୍ଏସି ସଭାପତି ରବିନ୍ଦ୍ରନାଥ ପୃଷ୍ଟି, ବିଡ଼ିଓ ସ୍ବାତୀଲେଖା ଦାଶ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର ଏବଂ ଏନ୍ଏସିର କର୍ମଚାରୀମାନେ ଉପସ୍ଥିତ ଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!