Monday, August 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ଼ବାସୀ

by ସଞ୍ଜୟ ସ୍ୱାଇଁ
December 5, 2019
in Politics, State
ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ଼ବାସୀ
32
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବା ର୍ା ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୭୩ତମ ଜନ୍ମଦିବସ ଅବସରରେ ସାରା ରାଜ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜେ ଜନ୍ମଦିନ ପାଳନ ନକରି ସେବା ମନୋବୃ ି ରଖି କାମ କରିବା ପାଇଁ କହିଥିଲେ । ମୋ ସରକାର ଯୋଜନାର ପ୍ରଭାବରେ ରୋଗୀ ଓ ସେମାନଙ୍କ ସହଯୋଗୀମାନଙ୍କ ପାଇଁ ନୟାଗଡ଼ ଡାକ୍ତରଖାନା ଭିତରେ ବିଶ୍ରାମସ୍ଥଳି, ମରାମତି କାର୍ଯ୍ୟ ପାଇଁ ରୋଗୀକଲ୍ୟାଣ ସମିତିକୁ ୧୦ ଲକ୍ଷ ଟଙ୍କା ଏବଂ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ହେଉଛି ଅତିରିକ୍ତ ୧୦୦ ଶଯ୍ୟା ବୃଦ୍ଧିକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟତଃ ମେଡିସିନ୍ ଓ ସର୍ଜରି ବିଭାଗ ଉପରେ ଗୁରୁତ୍ୱ ଦେଇଥିଲେ । ଦୁଇଗୋଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ମଧ୍ୟ ଉପହାର ଦେଇଛନ୍ତି । ନିରାମୟ ଯୋଜନାରେ କିପରି ରୋଗିମାନେ ମାଗଣାରେ ଔଷଧ ପାଇବେ । ନିର୍ମଳ ଯୋଜନାରେ ସଫାସୁତରା କାର୍ଯ୍ୟ, ନୟାଗଡ଼ ମେଡିକାଲର ସିକ୍ୟୁରିଟି ବ୍ୟବସ୍ଥା କିପରି କଡାକଡି ହେବ ସେଥି ପ୍ରତି ଗୁରୁତ୍ୱ ଦେଇଥିଲେ । ରୋଗିମାନେ ଯେପରି ଭଲ ସେବା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ସହିତ ଶିଶୁ ଓ ମା\’ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ଅଧିକ ଫୋକସ୍ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡ. ପୋମା ଟୁଡୁ ପ୍ରକାଶ କରିଥିଲେ ।

ଆଜି ୧୧ଘଟିକା ସମୟରେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ୧ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଓ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା, କୃତଜ୍ଞତା ଓ ଧନ୍ୟବାଦ ଦେଇଛନ୍ତି । ଛାତ୍ରବିଜେଡି, ଯୁବ ବିଜେଡି, ଶ୍ରମିକ ସାମୁଖ୍ୟ, କୃଷକ ସଂଗଠନ, ବିଭିନ୍ନ ସାମାଜିକ ସଂଗଠନ, ମହିଳା ସଂଗଠନ, ବିଜୁ ଯୁବବାହିନୀ, ବୁଦ୍ଧିଜୀବୀ, ସମାଜସେବୀ ନବୀନ ନିବାସରେ ପହ ି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ୧୦୦ଗୋଟି ଅତିରିକ୍ତ ଶଯ୍ୟା ବୃଦ୍ଧି କରିଥିବାରୁ ଏହା ସମସ୍ତଙ୍କ ପାଇଁ ଖୁସିର ଖବର ଥିଲା । ଏଥିରେ ନୟାଗଡ଼ ବ୍ଲକ୍ ଚେୟାରମ୍ୟାନ୍, ଓଡ଼ଗାଁ ବ୍ଲକ୍ ଚେୟାରମ୍ୟାନ୍ ଓ ବିଭିନ୍ନ ପ ।ୟତର ସରପ , ସମିତିସଭ୍ୟ ଓ ଜନପ୍ରତିନିଧି ଯୋଗ ଦେଇଥିଲେ । ପ୍ରକାଶଥାଉ କି, ଗତ ୧୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ୫-ଟିର କାର୍ଯ୍ୟକାରୀ ସଚିବ ଭି. କା ିର୍କେୟନ୍ ପାଣ୍ଡିୟାନ୍, ଜାତୀୟ ଗ୍ରାମୀଣ ମିଶନ୍ର ପରିଚାଳନା ନିର୍ଦ୍ଦେଶିକା ଶାଲିନ୍ ପଣ୍ଡିତ ପ୍ରମୁଖ ନୟାଗଡ଼ ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ । ଏହି ସମୟରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ସଚିବମାନଙ୍କୁ ନୟାଗଡ଼ ମେଡିକାଲର ଏହିସବୁ ମୁଖ୍ୟ ସମସ୍ୟା ଉପରେ ଅବଗତ କରାଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!