ନୟାଗଡ଼ (ବାଘୁଆବାର୍ତ୍ତା) ୧୦ ବର୍ଷ ତଳର ଘଟଣା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସେ ସମୟରେ ଯେତେବେଳେ ନିର୍ବାଚନ ମଣ୍ଡଳୀ ବୁଲୁଥିଲେ । ବଡ଼ପଣ୍ଡୁସର ଗ୍ରାମପଂଚାୟତ ହରେକୃଷ୍ଣପୁର ଗ୍ରାମରେ କପିଳ ମହାରଣା ସୁନାଲଟିଠାରେ ଏକ ବନ୍ଧ ନିର୍ମାଣ କଲେ ଚାଷ ଓ ଚାଷୀର ଉନ୍ନତୀ ଘଟିବ ବୋଲି ପ୍ରସ୍ତାବ ଦେଇଥିଲେ । ଏହା ପରେ ପରେ ଆଉ କିଛି ଚାଷୀ ଏହା ଉପରେ କିଛି ମନ୍ତବ୍ୟ ଦେଇଥିଲେ । ସେଦିନ ରାତିରୁ ବିଧାୟକଙ୍କର ସୁନାଲଟିରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଚିନ୍ତା ଆସିଥିଲା । ବହୁ କଷ୍ଟପରେ କୁସୁମୀ ବ୍ୟରେଜର ଶିଳାନ୍ୟାସ କରାଯାଇଥିବା ଆୟୋଜିତ ସଭାରେ ମନ୍ତ୍ରୀ ଆଜି ନିଜ ମନକଥା ବଖାଣିଛନ୍ତି ଏବଂ ସେଦିନ ରାତିର କପିଳ ମହାରଣାଙ୍କୁ ସ୍ମରଣ କରି ଶହଶହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଚାଷୀଙ୍କ ପ୍ରସ୍ତାବରେ ଯେଉଁକାମ କରାଯାଏ, ତାହା ଉପର ସ୍ତରର ଲୋକଙ୍କ ଚିନ୍ତାରେ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।





