ନୟାଗଡ଼ (ବାଘୁଆବାର୍ତ୍ତା) : ନୟାଗଡ଼ ଆହାର କେନ୍ଦ୍ର ଓ ଜରାଶ୍ରମକୁ ଅଚାନକ ଗ୍ରସ୍ତ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ । ଆହାର କେନ୍ଦ୍ରର ଖାଦ୍ୟ ପ୍ରସ୍ତତି ଓ ବଣ୍ଟନ ପ୍ରକିୟାକୁ ଆରଡିସି ଦେଖିବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି । ନୟାଗଡ଼ ଆହାର କେନ୍ଦ୍ରରେ ଭାତ, ଡାଲମା ସହ ପାମ୍ପଡ଼ ବଣ୍ଟନ କରାଯାଉଥିବାରୁ ସେ ଅତ୍ୟନ୍ତ ଖୁସି ହୋଇଥିଲେ । ଏହାପରେ ସେ ନୟାଗଡ଼ ଲେଖନପୁରଠାରେ ଥିବା ଜରାଶ୍ରମ ବୁଲିବା ସହ ଜରାଶ୍ରମ ଅନ୍ତେବାସୀଙ୍କ ଜରାଶ୍ରମ ଭଲମନ୍ଦ ସଂମ୍ପର୍କରେ ଆଲୋଚନା କରିଥିଲେ । ଜରାଶ୍ରମ ସମର୍ପଣ କିଭଳି ଆଗକୁ ବଢ଼ିବା ସେ ନେଇ ପରିଚାଳନା ଗୋଷ୍ଠୀ ଆରଡିସିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରେ ଆରଡିସି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଅନ୍ତେବାସୀଙ୍କୁ ୨୫ ଗୋଟି ଚେୟାର ବଣ୍ଟନ କରିଥିଲେ । ତାଙ୍କ ସହିତ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୂଖ ଗ୍ରସ୍ତ କରିଥିଲେ ।






