ଗଣିଆ, (ବାଘୁଆବାର୍ତ୍ତା) : ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପର୍ବତ ପାଦଦେଶରେ ଅବସ୍ଥିତ ମା’କଳାପାଟ ଠାକୁରାଣୀଙ୍କ ପୀଠରେ ୨୭ ତମ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ୱର୍ଗତ ବାବା ରାମ ଦାସଙ୍କର ୬୯ ତମ ଜନ୍ମ ଦିବସ ଅବସରରେ ଆୟୋଜିତ ଏହି ମହାଯଜ୍ଞରେ ମହାନଦୀ ଘାଟରୁ ମାଳତିପୁଟ ଗ୍ରାମବାସୀ ଓ ଭକ୍ତଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଗୁରୁପୂଜା କରାଯାଇ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା । ଏହି ଅବସରରେ ସାଧୁ ସନ୍ଥ ମାନଙ୍କ ଦ୍ୱାରା ଅଶ୍ୱତବୃକ୍ଷ ରୋପଣ କରାଯାଇଥିଲା ।





