Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବଙ୍କ ରଣପୁର ଗ୍ରସ୍ତ

by ସଞ୍ଜୟ ସ୍ୱାଇଁ
November 29, 2019
in Nayagarh, State
42
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ଭୂସମ୍ବଳ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ ଆଜି ରଣପୁର ଗ୍ରସ୍ତ କରିଛନ୍ତି । ତାଙ୍କ ସହିତ ରାଜ୍ୟ ସରକାରଙ୍କର ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦନ କୁମାର ସାହୁ ପ୍ରମୂଖ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମପଂଚାୟତର ଅନ୍ଧାରୁଆ, ସାମନ୍ତସିଂହାରପୁର, କୃଷ୍ଣପୁର, ବିମ୍ବାଧର ପୁର ଗ୍ରାମ ବୁଲି ବିଭିନ୍ନ ଜଳବିଭାଜିକା କ୍ଷେତ୍ର ପରିଦର୍ଶନ କରିବା ସହିତ ସମୀକ୍ଷା କରିଥିଲେ । ଗୋଡ଼ିଝର ନାଳ ଜଳବିଭାଜିକା ଅଧିନରେ ୪୩ ଗୋଟି କ୍ଷେତ ପୋଖରୀ ହାତକୁ ନିଆଯାଇଥିଲା । ଏହା ଶେଷ ହୋଇଥିବା ବେଳେ ଏହା ଦ୍ୱାରା ଉପକୃତ ହୋଇଥିବା ଚାଷୀ ବାନାମ୍ବର ମାଝୀକୁ ଅଧିକାରୀମାନେ ସିଧାସଳଖ ଭେଟିଥିଲେ । ଚାଷୀ ଅଢ଼େଇ ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ସହିତ କିପରି ଉପକୃତ ହେଉଛି ଏବଂ କେତେ ଲାଭବାନ ହେଉଛି, ସେ ସମ୍ବନ୍ଧରେ ଚାଷୀ ନିଜେ ବଖାଣିଥିଲା । ଅଧିକାରୀ ଫେରିଲା ବେଳେ ଏକ କୁକୁଡ଼ା ଫାର୍ମକୁ ବାହାରୁ ଦେଖିଥିଲେ । ଅତିରିକ୍ତ ସଚିତ ସତ୍ୟବ୍ରତ ସାହୁ ଏବଂ ଜିଲ୍ଲାପାଳ ଡ. ପୋମା ଟୁଡୁ ଏହି ଅଂଚଳର ବିକାଶ ପାଇଁ କି ପଦକ୍ଷେପ ନିଆଯିବ ସେ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଆଲୋଚନା କରିଥିଲେ । ଚାଷୀମାନେ କିପରି ଉପକୃତ ହେବେ ସେ ନେଇ ଏକ ବୈଠକରେ ଆଲୋଚନା ହୋଇଛି । ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ମତ୍ସ ବିଭାଗ ଉପ ନିର୍ଦ୍ଦେଶକ, ରଣପୁର ସହକାରୀ କୃଷି ଅଧିକରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!