ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଏକ ବିଶାଳ ଚକ୍ଷୁ ଚିକିତ୍ସା ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଦେବୀଦତ୍ତା ମହାନ୍ତିଙ୍କ ନେତୃତ୍ବରେ ଭଦ୍ରକ ରୋଟାରି କ୍ଲବ ଦ୍ବାରା ଏହି ଚକ୍ଷୁ ଚିକିତ୍ସା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଓଲଙ୍ଗ ପଞ୍ଚାୟତର ୭୦ ଜଣଙ୍କର ଚକ୍ଷୁ ପରିକ୍ଷା ହୋଇଛି । ୩୦ ଜଣଙ୍କର ପରଳ ମୋତିଆ ବିନ୍ଦୁ ଚିହ୍ନଟ ହୋଇଛି । ଏମାନଙ୍କୁ ସାଳନ୍ଦି ହସପିଟାଲରେ ଅପରେସନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମହାନ୍ତି । ବାକି ୪୦ ଜଣ ରୋଗୀଙ୍କୁ ଔଷଧ ଏବଂ ଡ୍ରପ ମାଧ୍ୟମରେ ଭଲ ହେବେ ବୋଲି ଖବର ସୂତ୍ରରୁ ଜଣାପଡିଛି । ତେବେ ଏଭଳି କାର୍ୟ୍ୟକ୍ରମ ପାଇଁ ରୋଟାରୀ କ୍ଲବ ଓ ସରପଞ୍ଚ ଦେବୀଦତ୍ତା ମହାନ୍ତି ଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି ।






