ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ପ୍ରଶାସନ, ନୟାଗଡ଼ ଆକ୍ସନଏଡ୍ ଏବଂ ୟୁନିସେଫ୍ ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ସଂଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାର ଆଠଟି ବ୍ଲକର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧସ୍ତନ ବିଦ୍ୟାଳୟ ଓ ଛାତ୍ରାବାସର କିଶୋର ଓ କିଶୋରୀମାନଙ୍କୁ ନେଇ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ ରାୟ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ ନାୟକ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ପାଇଁ ଏକ ମଂଚ ଗଠନ ଓ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ କିଶୋର, କିଶୋରୀମାନଙ୍କ ଏକ ସମୂହ ବାଲ୍ୟ ବିବାହ ପ୍ରତିରୋଧ ମଂଚ ଓ ପାରମ୍ପରିକ ଜାତି ସମାଜ ନେତୃବର୍ଗଙ୍କ ମଂଚ ଗଠନ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୂରକ୍ଷା ଅଧିକାରୀ ଏବଂ ସମାଜ ମଙ୍ଗଳ ଅଧିକାରୀ ଯୋଗ ଦେଇଥିଲେ ।





