ନାଟକ ‘ଉଆଁସୀ ଜହ୍ନ’ମଂଚସ୍ଥ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କର୍ମଚାରୀ ସଂଘ ବାର୍ଷିକ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ସୂଚନା ଓ ଲୋକ
ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିଲେ । ନୟାଗଡ଼ର ନ୍ୟାଟ ସଂସ୍କୃତିକୁ ନେଇ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏଭଳି ପରମ୍ପରାକୁ ବଜାୟ ରଖିଥିବାରୁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ନାଟ୍ୟକାର କୈଳାଶ ଚନ୍ଦ୍ର ଓଝାଙ୍କ ରଚିତ ଉଆଁସୀ ଜହ୍ନ ମଂଚସ୍ଥ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ ଏହାକୁ ନ୍ୟାଟରୂପ ପ୍ରଦାନ କରିଛନ୍ତି । ଦୁର୍ନିତୀ, ଅତ୍ୟାଚାର ଓ ମିଥ୍ୟାକୁ ପାଥେୟ କରି ମଣିଷ କେବେ ବି ସତ୍ୟକୁ ଜୟ କରିପାରେନା ହେଉଛି ଏହି ନାଟକର ମୂଳ ମନ୍ତ୍ର ଥିଲା । ଏହି ନାଟକର ସହ ନିର୍ଦ୍ଦେଶନା ପ୍ରଶାନ୍ତ କୁମାର ସାମନ୍ତରାୟ, ସଂଗୀତ ଗୋପବନ୍ଧୁ ବେହେରା ଓ ସଂଗୀତ ପରିଚାଳନା ଅନୀତା ରାମ୍ କରିଥିଲେ । ଶହ ଶହ ଦର୍ଶକ ଉଆଁସୀ ଜହ୍ନକୁ ବେଶ ଉପଭୋଗ କରିଥିଲେ ।





